ସନଷ୍ଟାର ଟିଭି ବ୍ୟୁରୋ
ପଦମପୁର: ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ଭୋଟ୍ ଦେବାକୁ ଶପଥ ନେଲେ ଆଦିବାସୀ ସଂଘ। ଆଦିବାସୀ ସଂଘ ଓ ଲକ୍ଷେ ଘର ଗଣ୍ଡା ସମାଜର ସଦସ୍ୟମାନେ ନିଆରା ଭାବେ ଶପଥପାଠ କରିଛନ୍ତି । ବରଗଡ଼ ଜିଲ୍ଲା ପାଇକମାଳ ନୃସିଂହନାଥ ମନ୍ଦିର ନିକଟରେ ବିଜୁ ଜନତା ଦଳ ପକ୍ଷରୁ ଆୟୋଜିତ ହୋଇଥିଲା ଦୁଇଟି ସମାବେଶ ।
ଆଦିବାସୀ ସମାଜ ସଭାରେ ଭଟଲି ବିଧାୟକ ସୁଶାନ୍ତ ସିଂ , କଣ୍ଟାମାଳ ବିଧାୟକ ମହିଧର ରଣା ଓ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଲକ୍ଷେ ଘର ଗଣ୍ଡା ସମାଜର କାର୍ଯ୍ୟକ୍ରମରେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇଥିଲେ । ସଭା ରେ ଉପସ୍ଥିତ ସମସ୍ତ ମହିଳା ଓ ପୁରୁଷ ଭୋଟର ନିଜ ମାଟିର ଆଦିବାସୀ ଝିଅ ବର୍ଷା ସିଂ ବରିହାଙ୍କୁ ଭୋଟ ଦେଇ ବିଜୟୀ କରିବୁ ବୋଲି ପ୍ରତିଶୃତି ଦେଇଥିଲେ ।
ରିପୋର୍ଟ ଦୀପା ପ୍ରଧାନ