SunstarTV
ଆଜି ଓଡିଶା ଆସୁଛନ୍ତି ମୋଦୀ । ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଆଜି ରାତି ୯ଟା ୩୦ରେ ଭୁବନେଶ୍ୱରରେ ପହଂଚିବେ । ଭୁବନେଶ୍ୱରରେ ରାତ୍ରି ରହଣି ପରେ ବ୍ରହ୍ଣପୁର ଯିବେ। ୬ ତାରିଖରେ ମୋଦୀଙ୍କର ଓଡ଼ିଶାରେ ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମ ହେବାକୁ ଯାଉଛି । ଏହି ଗସ୍ତ ବେଳେ ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ସାଧାରଣ ସଭାର ଆୟୋଜନ କରିବେ । ଏଥିପାଇଁ ସମସ୍ତ ବ୍ୟବସ୍ତା ହୋଇଥିବା ସୂଚନା ମିଳିଛି l
ସୂଚନାମୁତାବକ ସୋମବାର ଦିନ ବ୍ରହ୍ମପୁର ଏବଂ ନବରଙ୍ଗପୁର ଗସ୍ତ କରି ସେଠାରେ ବିଶାଳ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ନବରଙ୍ଗପୁରରେ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ତେବେ ପୂର୍ବରୁ ମୋଦି ଓଡ଼ିଆ ଅସ୍ମିତା, ଭାଷା, ସାହିତ୍ୟ ଓ ସଂସ୍କୃତି ବିପଦରେ ପଡ଼ିଥିବା କଥା କହି ବିଜେଡିକୁ ଟାର୍ଗେଟ କରିଥିଲେ । ଏବେ ତାଙ୍କର ଓଡ଼ିଶା ଗସ୍ତକୁ ନେଇ ସରଗରମ ରହିଛି ରାଜ୍ୟ ରାଜନୀତି । ରବିବାର ରାତିରେ ଏୟାରପୋର୍ଟରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ ସହ ସେଠାରୁ ରାଜଭବନ ଅଭିମୁଖେ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମସ୍ତ କର୍ମୀ ବେଶ ଉତ୍ସାହିତ ଅଛନ୍ତି ।