ସନଷ୍ଟାର ଟିଭି ବ୍ୟୁରୋ
ଯାଜପୁର: ‘ଦମନ’ ଏହି ଫିଲ୍ମକୁ ନେଇ ଚାରିଆଡେ ଚର୍ଚ୍ଚା | ସବୁଠି ଓଡ଼ିଆ ଫିଲ୍ମ ଦମନର ପ୍ରଂଶସା ଦେଖିବାକୁ ମିଳୁଛି | ଦମନ ଫିଲ୍ମ ରିଲିଜକୁ ଏତେ ଦିନ ବିତି ଯାଇଥିଲେ ବି ଆଜି ବି ଲୋକମାନେ ଦମନକୁ ନେଇ ବେଶ ଉତ୍ସାହିତ ଅଛନ୍ତି। ଦମନର ସଫଳତାକୁ ନେଇ ବେଶ ଖୁସି ଅଛନ୍ତି ଫିଲ୍ମ ପ୍ରେମୀ।
ଦମନ’ର ସଠିକ୍ କାର୍ଯ୍ୟାନ୍ୱୟନ ନିମନ୍ତେ ନିଷ୍ଠାପର ଡ଼ାକ୍ତର ଓ କ୍ଷେତ୍ରସ୍ତରୀୟ କର୍ମଚାରମାନଙ୍କୁ ଅନେକ ତ୍ୟାଗ ଓ କଷ୍ଟ ସ୍ୱୀକାର କରିବାକୁ ପଡିଥିଲା । ଏହି ବାସ୍ତବିକ କଥାକୁ ଲକ୍ଷ୍ୟ କରି ଚଳଚିତ୍ର ଲେଖକ ଦେବୀ ପ୍ରସାଦ ଲେଙ୍କା, ନିର୍ଦ୍ଦେଶକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ ବିଶାଳ ମୌର୍ଯ୍ୟ ଓଡ଼ିଆ ଫିଲ୍ମ ଦମନ ପ୍ରସ୍ତୁତ କରିଥିଲେ । ସିନେମାର ପ୍ରାକୃତିକ ପ୍ରଚ୍ଛଦପଟ୍ଟ ଓ ବାସ୍ତବିକ କଥାବସ୍ତୁ ଦର୍ଶକମାନଙ୍କୁ ବେଶ ଛୁଇଁଥିଲା । ଚଳଚ୍ଚିତ୍ରଟିର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରିକି ଏହି ସିନେମାଟିକୁ ଗତ ରବିବାର ଦିନ ରାଜ୍ୟ ଲୋକସେବା ଭବନରେ ପ୍ରଦର୍ଶିତ କରାଯାଇଥିଲା ।
ତେବେ ସବୁଠୁ ବଡ କଥା ହେଉଛି ଫିଲ୍ମ ଦମନକୁ ନେଇ ଜଣେ ହଲ ମାଲିକ ଏକ ନିଆରା ପ୍ରୟାସ କରିଛନ୍ତି | ଦମନ ଦେଖିବାକୁ ଆସୁଥିବା ଲୋକମାନଙ୍କୁ ହଲ ପକ୍ଷରୁ ମାଗଣା ବିରିୟାନୀ ପ୍ରଦାନ କରାଯାଉଛି | ଯାଜପୁର ଜିଲ୍ଲା ଜାରକା ସ୍ଥିତ କେ-ୱାନ ଟକିଜରେ ଦର୍ଶକମାନେ ଦମନ ଫିଲ୍ମ ଦେଖିବା ସହ ମାଗଣାରେ ଦମ ବିରିୟାନୀ ଖାଇ ଫିଲ୍ମର ମଜା ନେଉଛନ୍ତି | ତେବେ ହଲ ମାଲିକଙ୍କ ଏପରି ନିଆରା ପ୍ରୟାସ ଦର୍ଶକ ଖୁବ ପ୍ରଂଶସା କରିଛନ୍ତି |
ରିପୋର୍ଟ: ଦୀପା ପ୍ରଧାନ