ସନଷ୍ଟାର ଟିଭି ବ୍ୟୁରୋ
ପଦ୍ମପୁର: ଧାମନଗର ଉପନିର୍ବାଚନ ପରେ ଏବେ ଚର୍ଚାରେ ପଦ୍ମପୁର ଉପନିର୍ବାଚନ । ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାଁ ଘୋଷଣା କରାଯାଇଛି ।ସେପଟେ ନାଁ ଘୋଷଣା ହେବା ପରେ ପ୍ରଦୀପ ପୁରୋହିତ ବିଧାନସଭା କ୍ଷେତ୍ର ବୁଲିବା ଆାରମ୍ଭ କଲେଣି ।
୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଦୀପ ପୁରୋହିତ ପଦ୍ମପୁରର ବିଧାୟକ ଥିଲେ । ପରେ ୨୦୧୯ରେ ସେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ହାରିଯାଇଥିଲେ । ହେଲେ ଏଥର ପୁଣି ଥରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଛି । ଅନ୍ୟପକ୍ଷରେ କଂଗ୍ରେସ ଓ ବିଜେଡି ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।
ରିପୋର୍ଟ: ଦୀପା ପ୍ରଧାନ