ସନଷ୍ଟାର ଟିଭି ବ୍ୟୁରୋ
ହିମାଚଳ: ଆଜି ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ମତଦାନ । ୬୮ ଆସନ ବିଶିଷ୍ଟ ଏହି ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ମତଦାନ ଏବଂ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ମତଦାନ ପ୍ରକ୍ରିୟା । ରାଜ୍ୟରେ ମୋଟ ୭ ହଜାର ୮ଶହ ୮୪ଟି ବୁଥ୍ କରାଯାଇଛି । ମଇଦାନରେ ଅଛନ୍ତି ୪୧୨ ଜଣ ଆଶାୟୀ ।
ଏଠାରେ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ଚାଲିଛି ଜୋରଦାର ଟକ୍କର । ଏଥର ବିଜେପି ପୁଣିଥରେ କ୍ଷମତା ହାସଲ କରିବ ବୋଲି ଆଶା ରଖିଛି । ସେପଟେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ଲକ୍ଷ୍ୟ ରଖି ନିର୍ବାଚନୀ ଇସ୍ତାହାରରେ ଅନେକ ଲୋଭନୀୟ ପ୍ରତିଶ୍ରୁତି ଦେଇଛି । ତେବେ ଡିସେମ୍ବର ୮ ତାରିଖରେ ଆସିବ ହିମାଚଳ ପ୍ରଦେଶର ଜନାଦେଶ ।କେଉଁ ଦଳ ବିଜୟୀ ହେବ ତାହା ଜଣାପଡିବ ।
ରିପୋର୍ଟ: ଦୀପା ପ୍ରଧାନ