ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଜେଡି ରାଜ୍ୟ ସମ୍ପାଦକ ହେଲେ ରାଜୁ ଘିବେଲା | ଗତ ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିବା ରାଜୁ ଘିବେଲାଙ୍କୁ ଦଳର ରାଜ୍ୟ ସମ୍ପାଦକ ଭାବେ ଗୁରୁଦାୟିତ୍ୱ ମିଳିଛି | ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ରାଜୁ ଘିବେଲା।
ସେପଟେ ପଦ୍ମପୁର ଉପ-ନିର୍ବାଚନ ଯେତିକି ପାଖଉଛି, ରାଜନୈତିକ ଉଷ୍ମତା ସେତିକି ଅଧିକ ବଢ଼ିବାରେ ଲାଗୁଛି । ଗୋଟିଏ ପଟେ ବିଜେପି ପ୍ରଦୀପ ପୁରୋହିତଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ଓ ବିଜେଡି ଏଯାଏଁ ନିଜର ପ୍ରାର୍ଥୀ ଘୋଷଣା କରିନାହାନ୍ତି । ହେଲେ ପଦ୍ମପୁରରେ ମିଶ୍ରଣ ପର୍ବ ଆରମ୍ଭ ହୋଇଯାଇଛି । ଜଣେ ପରେ ଜଣେ
ଗୋଟେ ଦଳ ଛାଡି ଅନ୍ୟ ଦଳକୁ ଡିଆଁ ମାରିଚାଲିଛନ୍ତି | ସେପଟେ ଗତ କିଛି ଦିନ ତଳେ ବିଜେଡିରେ ସାମିଲ ହୋଇଥିଲେ ରାଜୁ ଘିବେଲା । ଆଉ ଆଜି ବିଜେଡି ପକ୍ଷରୁ ଦଳର ରାଜ୍ୟ ସମ୍ପାଦକ ଭାବେ ରାଜୁଙ୍କୁ ମିଳିଛି ନୂଆ ଦାୟିତ୍ୱ ।
୨୦୧୯ରେ ରାଜୁ ଘିବେଲାଙ୍କ ନାମ ମଧ୍ୟ ଆଶାୟୀ ବିଜେପିର ପ୍ରାର୍ଥୀ ତାଲିକାରେ ଥିଲା। ମାତ୍ର ତାଙ୍କୁ ଦଳ ଟିକେଟ୍ ନ ଦେବାରୁ ସେ ବିଜେପି ଛାଡ଼ି ୨୦୧୯ରେ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ତାଙ୍କୁ ସାଢ଼େ ୪ ହଜାରରୁ ଅଧିକ ଭୋଟ୍ ବି ମିଳିଥିଲା। ତେବେ ପଦ୍ମପୁର ଉପ-ନିର୍ବାଚନ ପୂର୍ବରୁ ରାଜୁଙ୍କୁ ଦଳରେ ସାମିଲ କରି ବିଜେଡି ପଦ୍ମପୁର ଲଢେଇରେ ନିଜକୁ ଶକ୍ତିଶାଳୀ କରିବାକୁ ଏଭଳି ପଦକ୍ଷେପ ନେଇଛି ବୋଲି ଚର୍ଚ୍ଚା ହେଉଛି।
ରିପୋର୍ଟ: ଦୀପା ପ୍ରଧାନ