ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ ଶ୍ୟାମପୁର ଗ୍ରାମବାସୀଙ୍କର ବହୁ ଦିନରୁ ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ହୋଇଛି । ଗୁରୁବାର ଶ୍ୟାମପୁର ଗ୍ରାମର ବହୁ ପୁରାତନ ସିଦ୍ଧେଶ୍ୱର ମନ୍ଦିର ନିକଟସ୍ଥ ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ। ଯାହାର ବ୍ୟୟ ଅଟକଳ ମୂଲ୍ୟ ଟ.୪୪ , ୭୦ ଲକ୍ଷ ସ୍ଥିର କରାଯାଇଛି। ଏହାସହ ଶ୍ୟାମପୁର ଗ୍ରାମ୍ୟରାସ୍ତା ଓ ଡ୍ରୋନ୍ ନିର୍ମାଣର ବ୍ୟୟ ଅଟକଳ ମୂଲ୍ୟ ଟ.୪୬.୦୫ ଲକ୍ଷ ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଆଜି ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ଓ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଭିତି ପ୍ରସ୍ତର ସ୍ଥାପନ କରାଯାଇଅଛି । ଏ ଅଂଚଳର ସର୍ବପୁରାତନ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହେବାକୁ ଯାଉଥିବାରୁ ଏହା ଉପରେ ନିର୍ଭର କରୁଥିବା ଅଂଚଳବାସୀଙ୍କ ମନରେ ଉତ୍ସାହ ପରିଲକ୍ଷିତ ହୋଇଛି । ଆଜିର ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଦୀଲ୍ଲିପ ମାଝୀ , ହରେକୃଷ୍ଣ ନାୟକ , ସୁଜିତ ସ୍ୱାଇଁ , ସୌଦାମିନୀ ସେଠୀ ଏବଂ ଗ୍ରାମର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା , ସଂପାଦକ ଶ୍ରୀଯୁକ୍ତ ସୁଶାନ୍ତ ସାହୁ , ଯୁବନେତା ରଶ୍ମିରଂଜନ ପ୍ରଧାନ , ଆଲୋକ ପାଣିଗ୍ରାହୀ , ଶ୍ରୀ ବସନ୍ତ ସାହୁ , ମହିଳା ନେତ୍ରୀ ବନ୍ଦନା କରଙ୍କ ସମେତ ଗ୍ରାମର ବହୁ ବରିଷ୍ଠ ବୁଦ୍ଧିଜୀବୀ ଯୋଗଦେଇଥିଲେ। ଏହାସହ ରାଜ୍ୟ ସରକାରଙ୍କ ଏଭଳି ଜନ କଲ୍ୟାଣକାରି କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରସଂଶା କରିଥିଲେ । ସଭା ଶେଷରେ ସିଦ୍ଧେଶ୍ୱର ମହାଦେବଙ୍କ ପୀଠରେ ମାନ୍ୟବର ମନ୍ତ୍ରୀ ଓ ମାନ୍ୟବର ବିଧାୟକଙ୍କ ଦ୍ବାରା ମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା ।