ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର:କରୋନାମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ କୋଭିଡ ୧୯ ଜୀବାଣୁଙ୍କର ଡେଲଟା ଭାରିଆଣ୍ଟରେ ଭାରତରେ ୯୬% ଏବଂ ଓଡିଶାରେ ୯୨-୯୩% ସଂକ୍ରମଣ ଘଟିଛି। ଜୁଲାଇ ପ୍ରଥମାର୍ଦ୍ଧରେ ଆମେ ଆଇଏଲ୍ଏସରେ ଓଡିଶା ଠାରୁ ପ୍ରାୟ ୩୦୦୦ନମୁନା ସିକ୍ୱେନ୍ସିଂ କରିଛୁ ଏବଂ ୯୩ ପ୍ରତିଶତ ମାମଲା ଡେଲଟା ଭାରିଆଣ୍ଟ ବୋଲି ଜାଣିବାକୁ ପାଇଲୁ ବୋଲି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ଏକ ମାସ ଧରି ରୋଗୀଙ୍କ ଶରୀରରେ ଡେଲଟା ଭାରିଆଣ୍ଟ ଭାଇରସ୍ ସକ୍ରିୟ ରହୁଛି ।
“ପ୍ରଥମ ତରଙ୍ଗ ସମୟରେ ପ୍ରାୟ ୧୫ ଦିନ ଧରି ରୋଗୀଙ୍କ ଶରୀରରେ ଏହି ଜୀବାଣୁ ସକ୍ରିୟ ରହୁଥିଲା। କିନ୍ତୁ ଦ୍ୱିତୀୟ ତରଙ୍ଗ ସମୟରେ, ଏହା ପରିବର୍ତ୍ତନ ହୋଇଛି ଏବଂ ନୂତନ ଡେଲଟା ଭାରିଆଣ୍ଟ ପ୍ରାୟ ଏକ ମାସ ପାଇଁ ସକ୍ରିୟ ରହୁଛି । ତେଣୁ ଲୋକମାନେ ଅଧିକ ସଚେତନ ହେବା ଉଚିତ୍ ବୋଲି ପରିଡା କହିଛନ୍ତି। କୋଭିଡ ୧୯ ମାମଲା ବର୍ତ୍ତମାନ ଓଡିଶାରେ ସ୍ଥିର ଅଛି ଏବଂ ଗତ ସପ୍ତାହରୁ ଏହା ପ୍ରାୟ ୨୦୦୦ ତଳକୁ ରହୁଛି ।
ସେ ଦର୍ଶାଇଛନ୍ତି ଯେ ମହାମାରୀକୁ ନିୟନ୍ତ୍ରଣରେ ରଖିବା ପାଇଁ କୋଭିଡ ଉପଯୁକ୍ତ ଆଚରଣ, ଟୀକାକରଣ ଡ୍ରାଇଭ ଏବଂ ଅନ୍ୟନ ଗାଇଡ ଲାଇନ୍ କୁ ଠିକ ଭାବରେ ପାଳନ କରିବା ଆବଶ୍ୟକ `ପରିଡା ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ଉଚିତ ନୁହେଁ ଏବଂ କୋଭିଡ ଉପଯୁକ୍ତ ଆଚରଣକୁ କଡାକଡି ଭାବରେ ପାଳନ କରିବା ଉଚିତ। ନଚେତ କରୋନା ମହାମାରୀ ବ୍ୟାପି ବାକୁ ରୋକାଯାଇ ପାରିବ ନାହିଁ।