ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଓ୍ବେବ୍ ଭିତ୍ତିକ ଓକାକ୍ ଟାୱାର ମ୍ୟାନେଜ୍ମେଣ୍ଟ ଆପ୍ର ଶୁଭାରମ୍ଭ ହୋଇଛି । ଏହା ଦାପ୍ତରିକ କାର୍ଯ୍ୟ ପରିଚାଳନାରେ ତ୍ରୁଟିହୀନ ସେବା ଯୋଗାଇଦେବ ଦପ୍ତର ପରିଚାଳନା , କମ୍ପାନୀମାନଙ୍କୁ ସ୍ଥାନ ଆବଣ୍ଟନ ବିଭିନ୍ନ ଦେୟ ସଂଗ୍ରହ , ସବସିଡି ପରିଚାଳନା ଓ ଆପତ୍ତି – ଅଭିଯୋଗର ସମାଧାନ ପରି ବିଭିନ୍ନ ଦାପ୍ତବିକ କାର୍ଯ୍ୟକଳାପ ନିମନ୍ତେ ଏହା ସ୍ଵୟଂକ୍ରିୟ ସେବା ପ୍ରଦାନ କରିବ।
କ୍ରୀଡ଼ା ଓ ଯୁବସେବା , ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ତୁଷାରକାନ୍ତ ବେହେରା ଏହି ଆତ୍ପର ଶୁଭାରମ୍ଭ କରି ସରକାରଙ୍କ ପ୍ରଶାସନିକ ପରିଚାଳନା ନିମନ୍ତେ ୫ – ଟି ‘ ଭପକ୍ରମରେ ରହିଥିବା ସୂଚ୍ଛତାକୁ ଏହା ଗୁରୁତ୍ଵ ଦେବ ବୋଲି ପ୍ରକାଶ କରିଛନ୍ତି । ବିଭିନ୍ନ ଅଫିସ୍ ପରିଚାଳନା ବ୍ୟବସ୍ଥାରେ ଏହି ଆପ୍ ତା’ର ପାରଦର୍ଶ ସହଯୋଗ ବିସ୍ତାର କରିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଆଶା ପ୍ରକଟ କରିବା ସହିତ ଓକାକ୍ ଟାୱାରରୁ କାର୍ଯ୍ୟକରୁଥିବା ବିଭିନ୍ନ ଆଇଟି କମ୍ପାନୀ ଗୁଡ଼ିକଟ ଆସ୍ଥା ବୃଦ୍ଧିରେ ଏହି ଓ୍ବେବ୍ ଭିଭିକ ଆପ ସହାୟକ ହେବ ବୋଲି ଉଲ୍ଲେଖ କରିଛନ୍ତି ।
ପୂର୍ବରୁ ଅନେକ ପ୍ରଶାସନିକ କାର୍ଯ୍ୟରେ ଆବଶ୍ୟକ ହେଉଥିବା ଜଟିଳ ପ୍ରକ୍ରିୟାକୁ ପ୍ରତିହତ କରି ଏହି ଓକାକୁ ଟାୱାର ମ୍ୟାନେଜ୍ମେଣ୍ଟ ଆପ୍ ସେଗୁଡ଼ିକୁ ସ୍ୱୟଂକ୍ରିୟ କରିବ । ବର୍ତ୍ତମାନ ଏହି ଆପ୍ ଜରିଆରେ ପରିଚାଳନା , ସ୍ଥାନ ଆବଣ୍ଟନ , ଆର୍ଥିକ ଦେୟ ହିସାବ , ମାସିକ ଆବଶ୍ୟକତାର ଉପଇଛି , ଅନ୍ଲାଇନ୍ ଦେୟପ୍ରଦାନ ସୁବିଧା , ସବସିଡି ପରିଚାଳନା , ଓକାକୁ ତଥା ଅନ୍ୟମାନଙ୍କ ମଧ୍ୟରେ ଡିଜିଟାଲ ଯୋଗାଯୋଗ ଏବଂ ଅନ୍ଲାଇନ ଆପତ୍ତି– ଅଭିଯୋଗ ପରିଚାଳନା ଇତ୍ୟାଦି ସ୍ଵୟଂକ୍ରିୟ ହୋଇପାରିବ ।
ଇଲେକ୍ଟ୍ରୋନିକୁ ଓ ସୂଚନା ପ୍ରଯୁକ୍ତି ବିଭାଗର ସଚିବ ଶ୍ରୀ ମନୋଜ ମିଶ୍ର ଏହି ଅବସରରେ କହିଛନ୍ତି ଯେ ଏହି ଆପ୍ ଫଳରେ ଏକ ବ୍ୟସ୍ତବହୁଳ ପରିବେଶରେ ଉପଯୁକ୍ତ ସୁବିଧା ସହିତ ସେବାଯୋଗାଣର ଏକ ସମର୍ଥ ପାରିପାର୍ଶିକ ସ୍ଥିତି ସୃଷ୍ଟି ହୋଇପାରିବ ।ଇ – ଗଭର୍ଣ୍ଣାନ୍ସ ମାଧ୍ୟମରେ ଏକ ସ୍ବଚ୍ଛ ପ୍ରଶାସନିକ ବ୍ୟବସ୍ଥା ନିମନ୍ତେ ଓକାକୁ ଟାୱାର ମ୍ୟାନେଜୁମେଣ୍ଟ ଆପ୍ ଗୁରୁତ୍ଵପୂର୍ଣ୍ଣ ସାବ୍ୟସ୍ତ ହେବ ।