(SUNSTARTV): ନୂଆ ରୂପରେ ସଜେଇ ହବେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମ । ପାଇବ ୱାର୍ଲ୍ଡ କ୍ଲାସ କ୍ରିକେଟ ଷ୍ଟାଡିୟମର ମାନ୍ୟତା । ଏ ନେଇ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଛି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବ ଭର୍ରଚୁଆଲ ମାଧ୍ୟମରେ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପେଲକ୍ସ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ଥର ସ୍ଥାପନ କରିବେ । ଏନେଇ ନବବଧୂ ଭଳି ସଜେଇ ହୋଇଛି କଟକ ବାରବାଟୀ ଷ୍ଟାଡିୟମ୍ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ବାରବାଟୀ ଷ୍ଠାଡିୟମର ଭିତ୍ତି ପ୍ରସ୍ଥର ସ୍ଥାପନ ସହିତ ଆଉ ଆଉ ୪୧ ଟି କ୍ରିକେଟ ଷ୍ଟାଡିୟମର ମଧ୍ୟ ଶୁଭ ଉଦଘାଟନ କରିବେ । ଏନେଇ ଆଜି ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ବଲିଉଡ ସିଙ୍ଗର ନେହା କକର ବାରବାଟୀ ଷ୍ଟାଡିୟମରେ ପହଞ୍ଚିବେ । ଏଥିସହିତ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ତେବେ କଟକ ବାରବାଟୀ ଷ୍ଟାଡିୟମର ନବକଳେବରକୁ ନେଇ ଏବଂ ଏହି କାର୍ଯ୍ୟକ୍ରମକୁ ଅବସ୍ମରଣୀୟ କରିବ ପାଇଁ ଓସିଏ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚି ଥିବା ଜଣାପଡିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ନବକଳେବର ପ୍ରସ୍ତାବକୁ ନେଇ ରାଜନୈତିକ ମହଲ ଠାରୁ ଆରମ୍ଭ କରି କ୍ରୀଡା ମହଲ ସବୁଠି ଓଖୁସି ଲହରୀ ଖେଳିଯାଉଛି । ତେବେ ଏହି କାର୍ଯକ୍ରମରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଇରଫାନ ପଠାନ, ପ୍ରଜ୍ଞାନ ଓଝା, ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଯୋଗଦେବେ ।
୭୦ ବର୍ଷର ଐତିହାସିକ ବାରବାଟୀ ଷ୍ଟାଡିୟମର ରୂପାନ୍ତିକରଣ ପାଇଁ ସରକାର ୬୦୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଏହାର ତଦାରଖ କରୁଥିଲେ । ତେବେ ବାରବାଟୀରେ ୩୦ହଜାର ଦର୍ଶକଙ୍କ ଉପସ୍ଥିତରେ ଏକ ସୁନ୍ଦର ରଙ୍ଗାରଙ୍ଗ କାର୍ଯକ୍ରମ ଆୟୋଜିତ ହେବ । ନେହା କକ୍କରଙ୍କ ପରି ସେଲିବ୍ରେଟି ଏଥିରେ ଯୋଗଦେବେ । ଆସନ୍ତା ତିନି ବର୍ଷ ମଧ୍ୟରେ ବଦଳିଯିବ ଐତିହାସିକ ବାରବାଟୀ ଷ୍ଟାଡିୟମର ସମ୍ପୂର୍ଣ୍ଣ ରୂପରେଖ । ଯାହାଦ୍ବାର ଉପାନ୍ତରୁ ଉପକୂଳ ସବୁଠି ପ୍ରତିଭାବାନ କ୍ରିକେଟ ଖେଳାଳି ସାମ୍ନାକୁ ଆସିବେ । ନୂଆ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ, ଏକାସଙ୍ଗେ ବସି ଖେଳ ଦେଖି ପାରିବେ ୬୦ ହଜାର ଦର୍ଶକ । ଏହି ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ଅତ୍ୟାଧୁନିକ ଜିମ୍ ସେଂଟର ମଧ୍ୟ ନିର୍ମାଣ କରାଯିବ । ଏଥିସହ ଷ୍ଟାଡିୟମରେ ରହିବ ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।