SunstarTV
ବ୍ୟସ୍ତବହୁଳ ଜୀବନ ଭିତରେ ବର୍ଷର ଗୋଟିଏ ଦିନ ଲୋକଙ୍କୁ ହସିବା ପାଇଁ କହିବା ସହିତ ମନୋବଳକୁ ସୁଦୃଢ କରିବା ପାଇଁ ଉତ୍ସାହିତ କରିବା ହାସ୍ୟ ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ । କାରଣ ହସିବା ଦ୍ବାରା ଚାପର ପରିମାଣ କମିଯାଇଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହସିବା କେବଳ ଚାପକୁ ହ୍ରାସ କରେ ନାହିଁ ବରଂ ଜୀବନକାଳକୁ ମଧ୍ୟ ବୃଦ୍ଧି କରିଥାଏ । ତେଣୁ ପ୍ରତି ବର୍ଷ ମଇ ମାସର ପ୍ରଥମ ରବିବାରକୁ ହାସ୍ୟ ଦିବସ ରୂପେ ପାଳନ କରାଯାଏ ।
ସୂଚନା ମୁତବକ ପ୍ରଥମ ଥର ପାଇଁ ୧୧ ଜାନୁଆରୀ ୧୯୯୮ରେ ମୁମ୍ବାଇରେ ହାସ୍ୟ ଦିବସର ଆୟୋଜିତ ହୋଇଥିଲା। ଏହି ହାସ୍ୟ ଯୋଗ ଆନ୍ଦୋଳନର ପ୍ରତିଷ୍ଠାତା ଥିଲେ ଡା. ମଦନ କଟାରିୟା। ତାଙ୍କ ଉଦ୍ୟମରେ ପ୍ରଥମ ଥର ପାଇଁ ହସ ଦିବସ ଆୟୋଜିତ ହୋଇଥିଲା।
ବିଶ୍ୱ ହସ ଦିବସ ପାଳନ ପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ନାହିଁ। ଏହାକୁ ପ୍ରତିବର୍ଷ ମେ’ ମାସର ପ୍ରଥମ ରବିବାରରେ ପାଳନ କରାଯାଏ। ଚଳିତ ବର୍ଷ ‘ବିଶ୍ୱ ହାସ୍ୟ ଦିବସ’ ଆଜି ବା ୫ ମଇରେ ପାଳନ କରାଯାଉଛି।
ଏହି ଅବସରରେ ସମଗ୍ର ବିଶ୍ୱରେ ଥିବା ୬୦ ହଜାରରୁ ଅଧିକ କମେଡି କ୍ଲବ୍ ଏବଂ କେତେକ ସରକାରୀ ଏବଂ ଅଣ-ସରକାରୀ ସଂଗଠନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି। ଏନେଇ ବିଭିନ୍ନ କମେଡି ପ୍ରୋଗ୍ରାମ, ରାଲି, ସେମିନାର୍, ହାସ୍ୟ କବି ସମ୍ମିଳନୀ, ହାସ୍ୟ ନାଟକ ଏବଂ କମେଡି ଶୋ’ର ଆଦି କରାଯାଏ।
ହସିବାର ଫାଇଦା:
ହସିବା ଦ୍ବାରେ ଏକ ପ୍ରକାରର ବ୍ୟାୟମ ମଧ୍ୟ ହୋଇଥାଏ ।
ହସିବା ଦ୍ୱାରା ଶରୀରର ପ୍ରଦୂଷିତ ବାୟୁ ବାହାରକୁ ଯାଇ ଶୁଦ୍ଧ ବାୟୁ ପ୍ରବେଶ କରେ।
ଏହା ଚାପକୁ ମଧ୍ୟ ହ୍ରାସ କରିଥାଏ। ଏହା ପାଇଁ ମାନସିକ ଚାପ ଦୂର ହୁଏ।
ହସିବା କେବଳ ଚାପକୁ ହ୍ରାସ କରେ ନାହିଁ ବରଂ ଜୀବନକାଳକୁ ମଧ୍ୟ ବୃଦ୍ଧି କରିଥାଏ । ତେଣୁ ହସିବା ସମସ୍ତଙ୍କ ପାଇଁ ଲାଭଦାୟକ ।
ସ୍ୱାସ୍ଥ୍ୟ ଉପକାରିତା ବ୍ୟତୀତ, ହସ ମଧ୍ୟ ସାମାଜିକ ଲାଭ ପାଇଥାଏ, କାରଣ ଏହା ଲୋକମାନଙ୍କୁ ଏକତ୍ରିତ କରେ, ଯୋଗାଯୋଗକୁ ପ୍ରୋତ୍ସାହିତ କରିଥାଏ ଏବଂ ସମ୍ପ୍ରଦାୟର ଭାବନା ସୃଷ୍ଟି କରେ |