ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଢ଼ିଲା ପରିବା ଦର | ସାରା ରାଜ୍ୟରେ ଚାଲିଛି ଡ୍ରାଇଭର ସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ | ଏଥିପାଇଁ ରାସ୍ତାରେ ଅଟକିଛି ମାଲବାହୀ ଟ୍ରକ | ଷ୍ଟିଅରିଂ ଛାଡ଼ ଆନ୍ଦୋଳନର ପ୍ରଭାବ ସିଧାସଳଖ ପରିବା ମାର୍କେଟ ଉପରେ ପଡିଛି | ଆକାଶ ଛୁଆଁ ହୋଇଛି ପରିବା ଦର | ଫଳରେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ସାଧାରଣ ଜନତା |
ସେପଟେ ମାର୍କେଟ ରେ ପହଞ୍ଚିପାରୁନି ଅତ୍ୟାବଶ୍ୟକ ସାମଗ୍ରୀ | ଯାହାପାଇଁ ହନ୍ତସନ୍ତ ହେଉଛନ୍ତି ଗ୍ରାହକ ଓ ଦୋକାନୀ | ପୂର୍ବରୁ ପରିବା ମୂଲ୍ୟ ଯେତିକି ଥିଲା ଏହି ଆନ୍ଦୋଳନ ପାଇଁ ତାହା ଦ୍ୱିଗୁଣରେ ପହଞ୍ଚିଛି | ଯେମିତି କି ବାଇଗଣ କେ.ଜି ୭୦ ଟଙ୍କା , କଲରା କେ.ଜି ୬୦ ଟଙ୍କା , ଫୁଲକୋବି ୬୦ ଟଙ୍କା, ପୋଟଳ ୧୬୦ ଟଙ୍କା ଏବଂ ଭେଣ୍ଡି ୬୦ ଟଙ୍କା ରେ ପହଞ୍ଚିଛି | ଏହି ଦରଦାମ ବୃଦ୍ଧିକୁ ନେଇ ଗ୍ରାହକ ଓ ଦୋକାନୀ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି |
ରିପୋର୍ଟ: ଦୀପା ପ୍ରଧାନ