ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଶୁଭାରମ୍ଭ ହେଲା ବାଲ ଆଧାର | ଏହି ଆଧାରରେ ରେ ଶିଶୁ ଜନ୍ମ ହେବା ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ | ଆଧାର ସଂଯୋଗ ହେଲେ ସରକାରୀ ସେବା ମିଳିପାରିବ |
ସେପଟେ ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ ଆଧାର ପ୍ରାପ୍ତ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି | ଏହାସହ ଜନ୍ମ ପଞ୍ଜୀକରଣ ଓ ଜନ୍ମ ସାର୍ଟିଫିକେଟ ଶିଶୁର ପ୍ରଥମ ଅଧିକାର | ଏବଂ ଆଧାର ପଞ୍ଜିକରଣ ପାଇଁ ପିତା ,ମାତା ଙ୍କ ଆଧାର ନମ୍ବର ଥିବା ଜରୁରୀ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ |
ତେଣୁ ତୁରନ୍ତ ଶିଶୁଙ୍କ ଜନ୍ମ ପଞ୍ଜିକରଣ କରି ଏହି ସୁବିଧା ନେବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜନସାଧାରଣ ମାନଙ୍କୁ ଅବଗତ କରାଯାଇଛି |
ରିପୋର୍ଟ: ଦୀପା ପ୍ରଧାନ