ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସ କଣ ? ଏହା ମାର୍ଚ୍ଚ ୫ ତାରିଖରେ କାହିଁକି ପାଳନ କରାଯାଏ ? ସାରା ଦେଶ ଯେତେବେଳେ ଏପ୍ରିଲ ୨୪ କୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରୁଛି , ଓଡିଶା କାହିଁକି ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରୁଛି |
ଆମ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡ଼ିଶାରେ ପାଳନ ହୁଅ ପଞ୍ଚାୟତିରାଜ ଦିବସ | ୨୦୧୨ ମସିହାରୁ ଓଡ଼ିଶାରେ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯାଏ | ରାଜ୍ୟ ସରକାର ଏହି ଦିନ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନକୁ ପାଳନ କରିବାକୁ ଘୋଷଣା କରିଥିଲେ |
ତେବେ ଭାରତୀୟ ସମ୍ବିଧାନର ୭୩ ତମ ସଂଶୋଧନ ଅଧିନିୟମରେ ୧୯୯୨ ମସିହାରେ ପଞ୍ଚାୟତିରାଜ ଦିବସକୁ ପାରିତ କରାଯାଇଥିଲା | ଏହା ୧୯୯୩ ମସିହା ଏପ୍ରିଲ୨୪ରେ ଲାଗୁ ହୋଇଥିଲା | ଏହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୪ ତାରିଖରେ ସାରା ଦେଶରେ ପଞ୍ଚାୟତିରାଜ ଦିବସ ପାଳନ କରାଯାଉଛି |
ରିପୋର୍ଟ: ଦୀପା ପ୍ରଧାନ