ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆଜି ସରୁଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଦ୍ବିତୀୟ ପର୍ଯ୍ୟାୟର ରିମାଣ୍ଡ ଅବଧି । ଗତ ୪ତାରିଖରେ ସିସୋଦିଆଙ୍କ ରିମାଣ୍ଡ ଅବଧିକୁ ଆଉ ୨ ଦିନ ବଢାଇଥିଲେ ରାଉଜ ଆଭେନ୍ୟୁ କୋର୍ଟ । ପ୍ରଥମେ ୫ଦିନ ପରେ ଆଉ ୩ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ସିବିଆଇ । ତେବେ ୨ ଦିନ ଲାଗି କୋର୍ଟ ଅନୁମତି ଦେଇଥିଲେ ।
ସେପଟେ ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗତ ୨୬ ତାରିଖରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ କରିଥିଲା ଗିରଫ। ୫୧ ବର୍ଷ ବୟସ୍କ ସିସୋଦିଆଙ୍କୁ ଗତ ୨୬ ତାରିଖରେ ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ କରିଥିଲା ସିବିଆଇ।
ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କ୍ରମେ ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତେବେ ଆସନ୍ତା ୧୦ରେ ମନୀଷଙ୍କ ଜାମିନ ଆବେଦନର ହେବ ପରବର୍ତ୍ତୀ ଶୁଣାଣି।
ରିପୋର୍ଟ: ଦୀପା ପ୍ରଧାନ