ସନଷ୍ଟାର ଟିଭି ବ୍ୟୁରୋ
ବରଗଡ଼: ବରଗଡ଼ ସୋହେଲାର ଘେସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଘେସ ହାଇସ୍କୁଲ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ | ଆଜି ବିଜୁ ଜୟନ୍ତୀ ଉପଲକ୍ଷେ ବରଗଡ଼କୁ ଉପହାର ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହା ସହ ସେ କହିଛନ୍ତି ଯେ , ଓଡ଼ିଶାବାସୀଙ୍କ ସେବାରେ ବିଜୁ ଏକ୍ସପ୍ରେସ ୱେ ଉତ୍ସର୍ଗୀକୃତ କରି ମୁଁ ବହୁତ ଖୁସି | ବିଜୁ ଏକ୍ସପ୍ରେସ ୱେ କେବଳ ଏକ ରାସ୍ତା ନୁହେଁ , ଏ ହେଉଛି ସେହି ଅଞ୍ଚଳ ପାଇଁ ଏକ ଜୀବନରେଖା | ଏ ରାସ୍ତା ବିକାଶର ନୂଆ ଇତିହାସ ଲେଖିବ | ଏ ରାସ୍ତା ଚାଷୀ ଭାଇଙ୍କ ପାଇଁ ସୁବିଧା ଆଣିବ | ସାଧାରଣ ଲୋକ ଏ ରାସ୍ତା ଦ୍ୱାରା ସୁବିଧା ପାଇପାରିବେ | ସ୍ୱାସ୍ଥ୍ୟ ସେବାରେ ମଧ୍ୟ ଆହୁରି ଉନ୍ନତି ଆସିବ | ବିଜୁ ଏକ୍ସପ୍ରେସ ୱେ ପାଇଁ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାର ଲୋକେ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ଏହାସହ ବରଗଡ଼ରେ ୨୧୭ କୋଟି ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହାସହ ବରଗଡ଼ ଜିଲ୍ଲାର ସଫଳତାର କାହାଣୀ ’ଧୂସର’ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ସବୁବେଳେ ମହିଳାମାନଙ୍କୁ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ରେ ମହିଳା ଏସଏଚଜିଙ୍କୁ ମଧ୍ୟ ଅର୍ଥିକ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ବରଗଡ଼କୁ ଉପହାର ଭେଟିଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୁବାବୁଙ୍କ ଜନ୍ମ ଦିବସରେ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଓଡ଼ିଶାବାସୀଙ୍କ ବଡ଼ ଭରସା ଥିଲେ ବିଜୁବାବୁ | ଜଣେ ଓଡ଼ିଆ ଭାବେ ଗର୍ବ କରୁଥିଲେ ବିଜୁବାବୁ | ସେହି ମହାନ ଓଡ଼ିଆଙ୍କ ପାଇଁ ଆଜି ଓଡ଼ିଆ ଜାତି ଗର୍ବିତ | ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ରିପୋର୍ଟ: ଦୀପା ପ୍ରଧାନ