ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବଦଳିବ ବିଏମସି କାର୍ଯ୍ୟାଳୟର ଠିକଣା | ସତ୍ୟନଗର ସ୍ଥିତ ଆଇସିଏମଓସି ୧୨ ମହଲା ବିଶିଷ୍ଟ କୋଠାକୁ ସ୍ଥାନାନ୍ତର ହେବ ବିଏମସି କାର୍ଯ୍ୟାଳୟ | ଆଜି ବିଏମସିର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହାପରେ ଇଣ୍ଟିଗ୍ରାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ |
ବିଏମସିର ନୂତନ କୋଠା ଉଦଘାଟନ ପରେ ଆସନ୍ତା ୨୦ ତାରିଖରେ ପ୍ରସ୍ତାବିତ କର୍ପୋରେସନ ବୈଠକ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ |
ରିପୋର୍ଟ: ଦୀପା ପ୍ରଧାନ