SUNSTARTV
ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀର ରାଜ ରାସ୍ତାରେ ପଡିଲା ରକ୍ତର ଛିଟା । ଆଖି ପୁଛୁଳାକେ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ । ପୁଣି ଜୀବନ ନେଲା ମଣିଷ ଖିଆ ରାସ୍ତା ପଳାଶୁଣୀ । ଏହି ରାସ୍ତାରେ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ହେଉଥିବା ବେଳେ ଆଜି ସକାଳୁ ଏକ ଛାତିଥରା ଦୁର୍ଘଟଣା ଘଟିଛି । ଯହା ପଳାଶୁଣୀ ଅଞ୍ଚଳ ସମେତ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯାହାକୁ ଶବ୍ଦରେ ପ୍ରକାଶ କରିବା ହୁଏତ କଷ୍ଟ ହେବ ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ପଳାଶୁଣୀ ଛକ ନିକଟରେ ଏକ ଟ୍ରକ ସ୍ୱାମୀ ଏବଂ ସ୍ତ୍ରୀ କୁ ଧକ୍କା ଦେଇଥିଲା । ୫୦୦ ମିଟର ଯାଏ ମହିଳାଙ୍କୁ ଏବଂ ପୁରୁଷଙ୍କୁ ସତ୍ୟବିହାର ଯାଏ ଘୋଷାଡି ନେଇଥିଲା ରକ୍ତମୁଖା ଟ୍ରକ । ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଛି । ତେବେ ମୃତକଙ୍କ ପରିଚୟ ମିଳିପାରି ନଥିବା ବେଳେ ସେ ପୁରୀରୁ ଜଗା ଦର୍ଶନ କରି ଫେରୁଥିଲେ । ଖବର ପାଇଁ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ କରୁଛି ।