ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ୨ଦିନିଆ ଓଡଶା ଗସ୍ତରେ ଆସୁଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ୧୦ ତାରିଖ ଦିନ ୧୧ଟା ୪୫ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ୧୦ ତାରିଖରେ ଭୁବନେଶ୍ୱରରେ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି |
ସୂଚନା ଅନୁଯାୟୀ, ଦିନ ୧୨ଟା ୨୫ରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ଏହାପରେ ଅପରାହ୍ଣ ୪ଟା ୧୫ରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ | ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବାପାଇଁ ଏବେଠୁ ସଜେଇ ହେଲାଣି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ | ଦିନେ ରାଷ୍ଟ୍ରପତି ନିଜେ ଏହି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ |
ଏହାପରେ ୧୧ ତାରିଖ ସକାଳ ୯ଟା ୧୫ରେ ଲିଙ୍ଗରାଜ ମନ୍ଦିର ପରିନର୍ଶନ କରିବେ ରାଷ୍ଟ୍ରପତି | ୧୧ ତାରିଖ ଦିନ ୧୧ ଟାରେ କଟକ ସ୍ଥିତ NRRI ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସରେ ଯୋଗ ଦେବେ ରାଷ୍ଟ୍ରପତି | ଏହାପରେ ଭୁବନେଶ୍ୱର ଫେରି ୧୨ଟା ୫୫ ମିନିଟରେ ଦିଲ୍ଲୀ ଫେରିଯିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |
ରିପୋର୍ଟ:ଦୀପା ପ୍ରଧାନ