ସନଷ୍ଟାର ଟିଭି ବ୍ୟୁରୋ
ଦିଲ୍ଲୀ; ସଂସଦରେ ଉପସ୍ଥାପନ ହେଲା ବଜେଟ୍ ୨୦୨୩-୨୪, ବଜେଟ୍ ଉପସ୍ଥାପନ କରିଲେ ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ପିଏମ୍ ଆବାସ ଯୋଜନାକୁ ନେଇ ବଡ ଘୋଷଣା, ପିଏମ୍ ଆବାସ ଯୋଜନା ରେ ଉଚିତ ହିତାଧିକାରୀଙ୍କୁ ମିଳିବ ଘର । ଏଥି ପାଇଁ ନିର୍ଦ୍ଦିଷ୍ଟ ଅର୍ଥ ରାଶି ଘୋଷଣା ହୋଇଛି । ପ୍ରତି ପରିବାରକୁ ବାସଗୃହ ଯୋଗାଇବାକୁ ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବ । ପାହାଡିଆ ଅଞ୍ଚଳ ରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯେଜନା ଚଳିତ ବଜେଟ ରାଶିକୁ ପୂର୍ବଅପେକ୍ଷା ୬୬% ବଢାଇଦିଆଇଛି । ୨୦୨୩-୨୪ ବର୍ଷ ପାଇଁ ଏହି ଯୋଜନାରେ ୭୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି ।