ସନଷ୍ଟାର ଟିଭି ବ୍ୟୁରୋ
ବାଲିଆପାଳ: ଜଳେଶ୍ୱର ଅବକାରୀ ବିଭାଗକୁ ବଡ଼ ସଫଳତା ୨୫ହଜାର ଲିଟର ଦେଶୀ ମଦ ଓ ମଦପ୍ରସ୍ତୁତ ପାଇଁ ବ୍ୟବହୃତ ପଚ ଜବତ .୪ ମଦ ବ୍ୟପାରୀ ଗିରଫ | ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅବକାରୀ ଥାନା ଅଂଚଳରେ ଦେଶୀମଦ କାରବାର ଦିନକୁ ଦିନ ବଢି ଚାଲିଛି ଯାହାକି ଅବକାରୀ ପୋଲିସର ମୁଣ୍ଡ ବିନ୍ଧାର କାରଣ ସାଜିଛି | ବିଶେଷ କରି ଅବକାରୀ ମନ୍ତ୍ରୀଙ୍କ ଅଂଚଳ ହୋଇଥିବାରୁ ଅବକାରୀ ପୋଲିସ ଏହାକୁ ରୋକ ଲଗାଇବାକୁ ଆପ୍ରାଣ ଚେଷ୍ଟା ଜାରିରଖିଥିବା ଦେଖିବାକୁ ମିଳିଛି | ଜଙ୍ଗଲ ମଧ୍ୟରେ ଦେଶୀମଦ ପ୍ରସ୍ତୁତ ହେଉଥିବା କଥା ଆଜି କୌଣସି ସୂତ୍ରରୁ ଖବର ପାଇଁ ଜଳେଶ୍ୱର ଅବକାରୀ କଟକ କେନ୍ଦ୍ରାଞ୍ଚଳର ଅବକାରୀ ୟୁନିଟ -୨ ଓ ଜଳେଶ୍ୱର ରାଜସ୍ବ ବିଭାଗ ମିଳିତ ଭାବରେ କୁଶଗଡ଼ ଫାଣ୍ଡି ଅଂଚଳର ରଙ୍ଗମାଠିଆ .ସରଢ଼ିଆ . ନିମଡିଆଅଂଚଳରେ ଚଢ଼ାଉ କରିଥିଲେ |ଏହି ଚଢ଼ାଉରେ ମାଜିଷ୍ଟ୍ରେଟ ଭାବରେ ଜଳେଶ୍ୱର ତହସିଲଦାର ଉପସ୍ଥିତ ଥିଲେ | ଏହିସମୟରେ ପାଖାପାଖି ୨୫ହଜାର ଲିଟରର ପ୍ରସ୍ତୁତ ହୋଇଥିବା ଦେଶୀମଦ ଓ ମଦ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ପଚକୁ ଜବତ କରି ସେଗୁଡିକୁ ନଷ୍ଟ କରିଥିଲା ଅବକାରୀ ବିଭାଗ | ୪ଜଣ ମଦ ବେପାରୀଙ୍କୁ ଗିରଫ କରିବା ସହିତ ଚଢ଼ାଉ ଜାରି ରଖିଛି ଅବକାରୀ ବିଭାଗ |
ରିପୋର୍ଟ: ଚନ୍ଦନ ଜେନା