ସନଷ୍ଟାର ଟିଭି ବ୍ୟୁରୋ
ପୁରୀ: ଶ୍ରୀମନ୍ଦିରରେ ପୋଲିସ କର୍ମଚାରୀଙ୍କ ସ୍ମାର୍ଟ ଫୋନ ବାରଣ କରାଯାଇଛି | କାର୍ଯ୍ୟରତ ସମୟରେ ସ୍ମାର୍ଟ ଫୋନ ବ୍ୟବହାର କରିପାରିବେନି ପୋଲିସ କର୍ମଚାରୀ | ବିଶେଷ କାର୍ଯ୍ୟରେ ନିୟୋଜିତ ଥିବା କିଛି ଅଧିକାରୀଙ୍କ ଛାଡିଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା | ଶ୍ରୀମନ୍ଦିର ଭିତରେ ମୋବାଇଲ ନେବା ବାରଣ ରହିଥିବାବେଳେ ପୋଲିସ୍ କର୍ମଚାରୀ ମୋବାଇଲ ଧରିବାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା ।
ସୂଚନା ଅନୁଯାୟୀ, ବାରମ୍ବାର ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେବାରେ ଲାଗିଛି | ଏଠି ପ୍ରଶ୍ନ ଉଠୁଛି ଯେ, ସାଧାରଣ ଲୋକଙ୍କ ପାଇଁ ସ୍ମାର୍ଟ ଫୋନ ବାରଣ କରାଯାଇଛି | ଏଠି କଡାକଡି ବ୍ୟବସ୍ତା ମଧ୍ୟ କରାଇଛି | ଏତେସବୁ ପରେବି କେମିତି ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ ହେଉଛି | ତେବେ ପୋଲିସ୍ କର୍ମଚାରୀଙ୍କ ଦ୍ଵାରା ଏହା ହେଉଛି ବୋଲି ସନ୍ଦେହ ସୃଷ୍ଟି ହୋଇଛି | ସେଥିପାଇଁ ପୁରୀ ଏସପି ଡକ୍ଟର କନଓ୍ବର ବିଶାଲ ସିଂ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ ନେବା ଉପରେ କଟକଣା ଜାରି କରିଛନ୍ତି ।
ରିପୋର୍ଟ ଦୀପା ପ୍ରଧାନ