ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ‘ଆପ୍’ର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ହତ୍ୟା ଧମକ ୱେଇଛି ବିଜେପି | ଏଭଳି ଏକ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ | ଦିଲ୍ଲୀ ପୌର ନିର୍ବାଚନ ଏବଂ ଗୁଜୁରାଟ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ଆଶଙ୍କା କରି ବିଜେପି ଏଭଳି କାନ୍ଦ ଭିଯାଉଛି |
ମନୀଷ ସିସୋଦିଆ କହିଅଛନ୍ତି ଯେ, ବିଜେପି ସାଂସଦ ଏବଂ ଦିଲ୍ଲୀ ୟୁନିଟ୍ର ପୂର୍ବତନ ସଭାପତି ମନୋଜ ତିୱାରି ମଧ୍ୟ କେଜ୍ରିୱାଲ୍ଙ୍କୁ ଆକ୍ରମଣ କରିବା ପାଇଁ ସର୍ବସାଧାରଣରେ ଗୁଣ୍ଡାମାନଙ୍କୁ ଆଦେଶ ଦେଉଛନ୍ତି । ଏନେଇ ଗୁରୁବାର ଦିନ ଟୁଇଟ୍ କରି ସିସୋଦିଆ ଲେଖିଛନ୍ତି, ଗୁଜରାଟ ଏବଂ ‘ଏମ୍ସିଡି’ ନିର୍ବାଚନରେ ପରାସ୍ତ ହେବା ଆଶଙ୍କାରେ ‘ବିଜେପି’ ଅରବିନ୍ଦ କେଜ୍ରିୱାଲ୍ଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର କରୁଛି। ସେମାନଙ୍କର ସାଂସଦ ମନୋଜ ତିୱାରି ମଧ୍ୟ ଅରବିନ୍ଦଜୀଙ୍କ ଉପରେ ଆକ୍ରମଣ କରିବା ଲାଗି ସର୍ବସାଧାରଣରେ ଗୁଣ୍ଡାମାନଙ୍କୁ କହୁଛନ୍ତି। ସେଥିପାଇଁ ସେ ଯୋଜନା ସମ୍ପୂର୍ଣ୍ଣ କରିଛନ୍ତି। ‘ଆପ୍’ ସେମାନଙ୍କ ନିମ୍ନମାନର ରାଜନୀତିକୁ ଭୟ କରେ ନାହିଁ। ଜନତା ସେମାନଙ୍କ ଗୁଣ୍ଡାଗିରିର ଜବାବ ଦେବେ। ଏଭଳି କଡା ଜବାବ ଦେଇଛନ୍ତି ମନୀଷ ସିସୋଦିଆ |
ରିପୋର୍ଟ ଦୀପା ପ୍ରଧାନ