ସନଷ୍ଟାର ଟିଭି ବ୍ୟୁରୋ
ଅନୁଗୋଳ: ଝୁଲନ୍ତା ଅବସ୍ଥାର ଯୁବକ ଙ୍କ ମୃତ ଦେହ ଉଦ୍ଧାର କଲା ତାଳଚେର ପୋଲିସ । ଆଜି ତାଳଚେର ବହ୍ଲର ଛକ ନିକଟସ୍ଥ ମନ୍ଦୀର ସାମ୍ନା ନାଳ ନିକଟରୁ ଜଣେ ଯୁବକ ଝୁଲନ୍ତା ଅବସ୍ଥାରେ ନଜର ଆସିଥିଲା ଯାହାର ଭିଡିଓ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଥିବା ବେଳେ ତାଳଚେର ପୋଲିସ ପହଁଚି ଶବ କୁ ଉଦ୍ଧାର୍ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକ ଜଣଙ୍କ ବନ୍ତଳା ଥାନା ଅନ୍ତର୍ଗତ ଖଲଗାଁ ର ଦୟାନିଧି ସାହୁ।ତେବେ ପରିବାର ଲୋକେ ଖବର ପାଇବା ପରେ ଶବ କୁ ଚିଂହଟ କରିବା ସହିତ ଏହା ଆତ୍ମହତ୍ୟା ନୁହଁ ଏହା ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ଯେ ହୋଟେଲ ମାଲିକ ଏଥିରେ ସମ୍ପୂର୍କ୍ତ ଅଛନ୍ତି ବୋଲି। ମୃତ ଯୁବକ ଜଣଙ୍କ ତାଳଚେର ବହ୍ଲର ଛକ ନିକଟସ୍ଥ ରାଜ୍ ହୋଟେଲ ରେ କାମ କରି ଆସୁଥିଲେ ଏବଂ ତାଙ୍କ ଦରମା 50 ହଜାର ହୋଇଥିବା ବେଳେ ହୋଟେଲ ମାଲିକ କୌଣସି ପଇସା ନ ଦେବାରୁ ହୋଟେଲ ମାଲିକ ଙ୍କ ନାମରେ ଲେବଲ୍ କେସ କରିଥିଲେ ଏବଂ ଏହା ଦ୍ୱାରା ହୋଟେଲ ମାଲିକ ରାଗ ରଖି ଦୟାନିଧି ଙ୍କୁ ଏପରି ହତ୍ୟା କରାଇ ଥିବା ଦୟାନିଧି ଙ୍କ ପୁଅ ବିଭୂତି ସାହୁ ତାଙ୍କ fir କପି ରେ ଉଲ୍ଲେଖ କରିବା ସହ ଅଭିଯୋଗ ଆଣିଛନ୍ତି।
ରିପୋର୍ଟ: ଆଦିତ୍ୟ ଦାସ