ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ନେତାଙ୍କ ହାଇଡ୍ରାମା | ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ଟିକେଟ ନମିଳିବାରୁ ଟାଓ୍ବାର ଉପରେ ଚଢ଼ି ପ୍ରତିବାଦ କଲେ ପୂର୍ବତନ କାଉନସିଲର ହସିବ ଉଲ ହୁସେନ | ହସିବ କହିଛନ୍ତି ଯେ,ଦଳୀୟ ନେତା ତାଙ୍କୁ ଧୋକ୍କା ଦେଇଛନ୍ତି। ଶେଷ ମୁହୁର୍ତ୍ତରେ ତାଙ୍କୁ ଟିକେଟ ନଦେଇ ତାଙ୍କୁ ମିଳିବାକୁ ଯାଉଥିବା ଟିକେଟ ଅନ୍ୟଜଣଙ୍କୁ ଦିଆଯାଇଛି। ଯାହାଫଳରେ ସେ ଅତିଷ୍ଠ ହୋଇ ଟାଓ୍ବାର ଚଢି ପ୍ରତିବାଦ କରିଛନ୍ତି |
ଆସନ୍ତା ଡିସେମ୍ବର ୪ରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୨୫୦ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ସେହିପରି ବିଜେପି ୨୫୦ ଆସନ ମଧ୍ୟରୁ ୨୩୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେମାନଙ୍କ ମଧ୍ୟରେ ୯ଜଣ ପୂର୍ବତନ ମେୟର, ୫୨ଜଣ ପୂର୍ବତନ କାଉନସିଲର ସାମିଲ ଅଛନ୍ତି ।
ସେପଟେ ହସିବ ଉଲ ହୁସେନଙ୍କ ଏଭଳି ପାଗଳିଆମୀ ଦେଖି ପୋଲିସ ଘଟଣାସ୍ଥଳରେ ପହଞ୍ଚି ହୁସେନଙ୍କୁ ବୁଝାଶୁଝା କରିଛି।
ରିପୋର୍ଟ: ଦୀପା ପ୍ରଧାନ