ସନଷ୍ଟାର ଟିଭି ବ୍ୟୁରେ
ଜଳେଶ୍ବର :ଜଳେଶ୍ବର ଥାନା ୬୦ ନମ୍ବର ଜାତୀୟ ରାଜପଥ ମଧୁବନ ଢ଼ାବା ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା । ଏକ ସ୍କୁଟିକୁ ପଛପଟୁ ଧକାଦେଲା ମାଲ ବୋଝେଇ କଣ୍ଟେନର । ଘଟଣାସ୍ଥଳରେ ସ୍କୁଟି ଚାଳକ ମୃତ୍ୟୁ ହୋଇଛି । ମୃତକ ହେଲେ ଜଳେଶ୍ବର ନୂଆବଜାର ଅଞ୍ଚଳର ଲକ୍ଷ୍ମୀ ଧର ପାତ୍ର । ଅନ୍ୟପଟେ କଣ୍ଟେନରରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କୁରୁକୁରେ ପୋଡି ନଷ୍ଟ ହୋଇଯାଇଛି । ବିଳମ୍ବିତ ରାତିରେ କଲିକତା ଆଡୁ ବାଲେଶ୍ବର ଆଡକୁ ଆସୁଥିବା ଏକ ମାଲ ବୁଝେଇଁ କଣ୍ଟେନର ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା । ଏହାଫଳରେ ସ୍କୁଟିକୁ ୧୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା । ତେବେ ସ୍କୁଟିରୁ ନିଆଁ ସୃଷ୍ଟି ହୋଇ କୁରୁକୁରେ କଣ୍ଟେନରରେ ନିଆଁ ଲାଗିଯାଇଥିଲା । ଘଟଣା ସ୍ଥଳରେ ଜଳେଶ୍ବର ଓ ବସ୍ତା ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧୂକ ଟଙ୍କାର କୁରକୁରେ ପୋଡି ନଷ୍ଟ ହୋଇଥିଲା ବେଳେ ସ୍କୁଟି ଚାଳକର ମୃତ୍ୟୁ ହୋଇଛି ।( ରିର୍ପୋଟ:ଆଲୋକ ଚନ୍ଦ୍ର ଘଡେଇ)