ସନଷ୍ଟାର ଟିଭି ବ୍ୟୁରୋ
କଳାହାଣ୍ଡି: ଆଜି ଠାରୁ ୨ ଦିନିଆ କଳାହାଣ୍ଡି ଗସ୍ତରେ ଯିବେ ରେଳ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ। ବିଜେପି ପକ୍ଷରୁ ଆୟୋଜିତ ଜନ ଆଶିର୍ବାଦ ଯାତ୍ରାରେ ସାମିଲ ହେବେ । ଆଜି ପ୍ରଥମ କାର୍ଯ୍ୟକ୍ରମ ଆମପାଣି ବୁଢାରଜା ମନ୍ଦିରରେ ପୁଜାର୍ଚ୍ଚନା କରିବାର ପ୍ରୋଗ୍ରାମ ରହିଛି।
ସେହିପରି ଆସନ୍ତାକାଲି କେସିଙ୍ଗାରେ ସମ୍ବର୍ଦ୍ଧନା ସଭା ଶେଷ କରି ଟିଟିଲାଗଡ ଅଭିମୁଖେ ଯାତ୍ରା କରିବେ । ଏ ନେଇ ଜିଲ୍ଲାବ୍ୟାପୀ ୨୨ଟି ସ୍ଥାନରେ ଜନସମ୍ବାଦ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଏହି ଯାତ୍ରାକୁ ନେଇ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଦଳୀୟ ପତକା ଏବଂ ହୋଡିଂ ଛାଇଯାଇଛି। ରେଳ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ କଳାହାଣ୍ଡିର ରେଲୱେ ବିକାଶ ଉପରେ କିଛି ଘୋଷଣା କରାଯିବ ବୋଲି ଆଶାବାଦୀ ରହିଛନ୍ତି କଳାହାଣ୍ଡି ବାସିନ୍ଦା । ଗତକାଲି ରାୟଗଡା ଓ କୋରାପୁଟ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।