ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟ ସରକାର 3 ଜଣ ଖ୍ୟାତନାମା ପ୍ରଫେସରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଏହି ୩ ଜଣ ୪ ବର୍ଷ ପାଇଁ ସିଣ୍ଡିକେଟ୍ ସଦସ୍ୟ ଭାବେ କାର୍ଯ୍ୟ କରିବେ । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଉତ୍କଳ ୟୁନିଭରସିଟି ସିଣ୍ଡିକେଟ୍ ସଦସ୍ୟ ଭାବେ ପ୍ରଫେସର ଜୟନ୍ତ ମହାପାତ୍ରଙ୍କ ସମେତ ୩ ଜଣଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି ।ପ୍ରଫେସର ଜୟନ୍ତ କୁମାର ମହାପାତ୍ର ପୂର୍ବରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ କୁଳପତି ଭାବରେ କାର୍ଯ୍ୟ କରୁଥିଲେ । ଅନ୍ୟ ୨ ମନୋନୀତ ସିଣ୍ଡିକେଟ୍ ସଦସ୍ୟ ହେଲେ ପୂର୍ବତନ ଡିଏମ୍ଇଟି ନିର୍ଦ୍ଦେଶିକା ଡ଼ଃ ସୋନାମାଲି ବାଗ୍ ଓ ବାରିପଦାର ପୂର୍ବତନ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର କୁଳପତି ସଂଘମିତ୍ରା ମହାନ୍ତି ।