ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକତା:ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା । ରାଜଭବନରେ ଶପଥଗ୍ରହଣ ସହ ପଶ୍ଚିମବଙ୍ଗରେ ଲଗାତାର ତୃତୀୟ ଥର ପାଇଁ କ୍ଷମତା ସିଂହାସନରେ ବସିଛନ୍ତି ଦିଦି । ରାଜଭବନର ଟାଉନ ହଲରେ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ଏହାସହ ପୁଣିଥରେ ବଙ୍ଗରେ ସରକାର ଗଢିଛି ଟିଏମସି ।
ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମମତା । ରାଜଭବନରେ ଶପଥଗ୍ରହଣ ସହ ପଶ୍ଚିମବଙ୍ଗରେ ଲଗାତାର ତୃତୀୟ ଥର ପାଇଁ କ୍ଷମତା ସିଂହାସନରେ ବସିଛନ୍ତି ଦିଦି । ରାଜଭବନର ଟାଉନ ହଲରେ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଆଉ ଏହାସହ ପୁଣିଥରେ ବଙ୍ଗରେ ସରକାର ଗଢିଛି ଟିଏମସି ।
କରୋନାକୁ ଦୃଷ୍ଟିରେ ରଖି ଅଳ୍ପ କିଛି ଲୋକଙ୍କୁ ଶପଥଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କରାଯାଇଛି । ଶପଥ ସମାରୋହରେ ସାମିଲ ହେବେ ଟିଏମସି ରଣନୀତିକାର ପ୍ରଶାନ୍ତ କିଶୋର ଓ ଟିଏମସି ନେତା ତଥା ପୁତୁରା ଅଭିଷେକ ବାନାର୍ଜୀ । ସେହିପରି କ୍ରିକେଟର ସୌରଭ ଗାଙ୍ଗୁଲି, ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ, ବାମ ମୋର୍ଚ୍ଚାର ବିମାନ ବୋଷ, ରାଜ୍ୟ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କୁ ଶପଥ ପାଠ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଛି । ଯେତେ କମ ସଂଖ୍ୟକ ଅତିଥିଙ୍କୁ ନେଇ ଶପଥ ଗ୍ରହଣ ଉତ୍ସବ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ।