ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡିଶା ସରକାର 3 ଜଣ ଖ୍ୟାତନାମା ଶିକ୍ଷାବିତଙ୍କୁ ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଭାବେ ମନୋନିତ କରିଛନ୍ତି । ସେମାନେ ହେଉଛନ୍ତି ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କୁମାରବର ଦାସ, ରଘୁନାଥ ମୁର୍ମୁ ମେଡିକାଲ୍ କଲେଜର ପ୍ରଫେସର ବସନ୍ତ ମଞ୍ଜରୀ ସାହୁ ଓ ଏମପିସି କଲେଜର ପ୍ରଫେସର ଦମୟନ୍ତି ବେଶ୍ରା ।
ତେବେ ଏହି ତିନି 4 ବର୍ଷ ପାଇଁ ସିଣ୍ଡିକେଟ୍ ସଦସ୍ୟ ଭାବେ ଦାୟିତ୍ୱ ତୁଲାଇବେ । ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍, 1989 ଅନୁଯାୟୀ ଏହି ଚୟନ କରାଯାଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।