ସନ୍ଷ୍ଟାର ଟିଭି ବ୍ୟୁରୋ
ବର୍ତ୍ତମାନ ଯୁଗରେ ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହୋଇଗଲାଣି । କାରଣ ଅଧିକାଂଶ ଲୋକଙ୍କ ଦେହରେ ଏହି ରୋଗ ଦେଖାଯାଇଥାଏ । ଏହି ରୋଗ ଥରେ ହେଲେ ଏହା ଜୀବନ ସାରା ପିଛା ଛାଡେନି । ରକ୍ତରେ ସୁଗାର ସ୍ତର ଅନିୟନ୍ତ୍ରିତତା ପାଇଁ ଏହି ରୋଗ ହୋଇଥାଏ । ଏହା ବଂଶଗତ ରୋଗ ମଧ୍ୟ ଅଟେ ।
ତେବେ ଖାଦ୍ୟପେୟରେ ନିୟମ ମାନିବା ଦ୍ଵାରା ଏହି ରୋଗ ନିୟନ୍ତ୍ରଣରେ ରହିଥାଏ । ତେବେ ଆମେ ନିତୀଦିନ ଖାଦ୍ୟରେ ସାମିଲ କରୁଥିବା ହଳଦୀ ମଧ୍ୟ ଡାଇବେଟିସ୍ ପାଇଁ ବେଶ୍ ଲାଭ ଦାୟକ ହୋଇଥାଏ । ଅନେକ ରୋଗର ଉପଶମ ହଳଦୀ ହୋଇଥାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାଠାରୁ ଆରମ୍ଭ କରି ଖାଦ୍ୟର ରୁଚି ବଢ଼ାଇବା ପର୍ଯ୍ୟନ୍ତ ସମସ୍ତ ଗୁଣର ଅଧିକାରୀ ହେଉଛି ହଳଦୀ। ଏଣୁ ଭାରତୀୟ ଖାଦ୍ୟ ପ୍ରଣାଳୀରେ କାହିଁ ଆବାହମାନ କାଳରୁ ହଳଦୀର ବ୍ୟବହାର ରହିଆସିଛି। ତେବେ ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ବେଶ ଉପକାରୀ। ଖାଦ୍ୟରେ ଅଧିକ ହଳଦୀ ସାମିଲ କରିବା ଦ୍ୱାରା ଏହା ରକ୍ତରେ ସୁଗାର ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ।
ସ୍କ୍ରାଚ୍ ମାର୍କ, କୁଣ୍ଡିଆ, କ୍ଷତ ଆଦି ସମସ୍ୟାରୁ ମୁକ୍ତ ପାଇବା ପାଇଁ ହଳଦୀର ବ୍ୟବହାର କରାଯାଏ | ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହି ଛି। ସେହିପରି ଏହାର ଆଣ୍ଟିଇନଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି, ଯାହା ଶରୀରରେ ଇନସୁଲିନ୍ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇଥାଏ |