ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରୋଷେଇ ଘରେ ସୋରିଷ ତେଲ ଏକ ଦରକାରୀ ଜିନିଷ ଅଟେ । ଆମିଷ ରୋଷେଇରେ ତ ସୋରିଷ ତେଲ ନିହାତି ଦରକାର । ତେବେ ଆପଣ ଜାଣିଛନ୍ତି କି ଲୋକେ ସୋରିଷ ତେଲ କେବଳ ଖାଦ୍ୟ ପାଇଁ ନୁହେଁ କେଶ ପାଇଁ ମଧ୍ୟ ବେଶ୍ ଉପକାରୀ ।ଏହା ଆପଣଙ୍କ କେଶ ଉପୁଡିବା ସମସ୍ୟାରୁ ମୁକ୍ତି ଦେଇଥାଏ ଏବଂ କେଶକୁ ମଜଭୁତ କରିଥାଏ । ସୋରିଷ ତେଲରେ ଭିଟାମିନ୍ ଇ, ଓମେଗା ୬ ଫୈଟି ଏସିଡ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭଲ ମାତ୍ରାରେ ଥାଏ ଯାହାକୁ କେଶକୁ ଭିତରୁ ପୋଷଣ ଦେଇଥାଏ ।
ଜାଣନ୍ତୁ କେମିତି କେଶ ଝଡିବା ରୋକିବାରେ ସାହାଯ୍ୟ କରେ ସୋରିଷ ତେଲ
ସୋରିଷ ତେଲରେ ଆଣ୍ଟିଅକ୍ସିଡେଣ୍ଟ ସହିତ ଆଇରନ୍, ମ୍ୟାଗ୍ନେସିୟମ ଓ କ୍ୟାଲସିୟମର ବଡ ଉପାଦାନ ଅଛି । ଏହା କେଶରେ ଜିଙ୍କ, ବିଟା-କ୍ୟାରୋଟିନ୍ ଓ ସେଲେନିୟମର ପୋଷଣ ପ୍ରଦାନ କରେ । ଯାହା କେଶକୁ ମଜଭୁତ କରିଥାଏ । ସୋରିଷ ତେଲରେ ଭିଟାମିନ୍ ଏ, ଡି, ଓ କେ ମହଜୁଦ ଥାଏ ଯାହା କେଶରେ ଚମକ ଆଣିଥାଏ ଏବଂ ଝଡିବାରୁ ରୋକିଥାଏ ।
୧. ରାତିରେ ଶୋଇବା ପୂର୍ବରୁ ଲୁହା କଡେଇରେ ସୋରିଷ ତେଲ ଓ ମେଥି ଦାନା ପକାଇ ରାତା ସାରା ରଖିଦିଅନ୍ତୁ ।
୨. ଆଗାମୀ ଦିନ ସକାଳେ ଏହାକୁ ସାମାନ୍ୟ ଉତ୍ତାପରେ ୫ରୁ ୭ ମିନିଟ୍ ପାଇଁ ରାନ୍ଧନ୍ତୁ ।
୩. ମେଥି ମଞ୍ଜି କଳା ହେବାକୁ ଲାଗିଲେ ଆଞ୍ଚ ବନ୍ଦ କରି ତେଲ ଥଣ୍ଡା ହେବା ପର୍ଯ୍ୟନ୍ତ ରଖନ୍ତୁ ।
୪. ଏବେ ତେଲ ଥଣ୍ଡା ହେବା ପରେ ଛାଣି କାଚ ଜାରରେ ରଖନ୍ତୁ ।
ଏହାକୁ ସପ୍ତାହକୁ ଦୁଇ ଥର ଲଗାନ୍ତୁ ଓ କେଶ ଝଡିବାରେ ପରିବର୍ତ୍ତନ ଦେଖନ୍ତୁ ।