ସନ୍ଷ୍ଟାର ଟିଭି ବ୍ୟୁରୋ
ଆଜି କାଲି ଅଧିକାଂଶ ଲୋକ ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଇଥାନ୍ତି । ଖରାଦିନେ ଫ୍ରିଜ୍ରେ କୋଲ୍ଡ ଡ୍ରିଙ୍କ ବା ମିନେରାଲ୍ ବୋତଲରେ ପାଣି ରଖି ଅଧିଂକାଶ ଲୋକ ପିଇଥାନ୍ତି । ତେବେ ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଇବା ସ୍ଵାସ୍ଥ୍ୟ ପାଇଁ ବେଶ୍ କ୍ଷତିକାରକ ଅଟେ ।
କୋଲ୍ଡଡ୍ରିଙ୍କ ଓ ମିନେରାଲ ଓ୍ବାଟର ବୋତଲକୁ କିଣିବା ଏହାକୁ ପାଖରେ ନରଖି ଫୋପାଡି ଦିଅନ୍ତୁ । କାରଣ ଏସବୁ ବୋତଲ ଓ୍ବାନ୍ ଟାଇପ୍ ୟୁଜ୍ ବା କେବଳ ଗୋଟିଏ ଥର ବ୍ୟବହାର କରିବେ । ପ୍ଲାଷ୍ଟିକ ବୋତଲକୁ ଅଧିକ ଦିନ ଧରି ବ୍ୟବହାର କରିବା ଖୁବ୍ କ୍ଷତିକାରକ ହୋଇପାରେ । ପ୍ଲାଷ୍ଟିକ ବୋତଳରେ ପାଣି ପିଇବା ଦ୍ବାରା fluoride ଓ arsenic ଭଳି ତତ୍ତ୍ବ ସୃଷ୍ଟି ହୋଇଥାଏ। ଏହା ଧୀରେ ଧୀରେ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।
ଯେଉଁ ଲୋକ ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି କାରରେ ରଖି ଦିଅନ୍ତି, ତାଙ୍କ ପାଇଁ ଏହି ଅଭ୍ୟାସ ଖୁବ୍ ଘାତକ ହୋଇପାରେ। ପ୍ଲାଷ୍ଟିକ ବୋତଲ ଭିତରେ ଥିବା ପାଣି ଗରମ୍ ହୋଇଗଲେ ସେଥିଲେ ଡାୟକ୍ସିନ୍ ସୃଷ୍ଟି ହୋଇଥାଏ। ଏଥରୁ କ୍ୟାନସର ହେବାର ବିପଦ ରହିଛି। ବିପିଏ ଅର୍ଥାତ ଏହି କେମିକାଲ ଶରୀରକୁ କ୍ଷତି କରିଥାଏ। ଡାଇବେଟିସ୍, ମେଦବହୁଳତା, ଗର୍ଭଧାରଣରେ ସମସ୍ୟା ଓ ରୋଗପ୍ରତିରୋଧ କ୍ଷମତା ନଷ୍ଟ ହେବା ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।ତେଣୁ ଯଥା ସମ୍ଭବ ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଇବା କମ୍ କରନ୍ତୁ ।