ସନ୍ଷ୍ଟାର ଟିଭି ବ୍ୟୁରୋ
ମୁମ୍ଵାଇ: ବଲିଉଡରେ ଏବେ ଆଉ ଜଣେ ଷ୍ଟାର କିଡ୍ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ବଲିଉଡ୍ର ଆଙ୍ଗ୍ରୀ ମ୍ୟାନ ସୁନୀଲ ସେଟ୍ଟୀଙ୍କ ପୁଅ ଏବେ ଫିଲ୍ମ ଜଗତରେ ପ୍ରବେଶ କରିବାକୁ ଯାଉଛନ୍ତି । ଅହାନ ସେଟ୍ଟୀ ଏକ ତେଲୁଗୁ ଡେବ୍ୟୁ ଫିଲ୍ମ ‘ତଡପ’ରେ ନଜର ଆସିବାକୁ ଯାଉଛନ୍ତି । ଯାହାର ଏକ ପୋଷ୍ଟର ରିଲିଜ ହୋଇଛି ।
ତେବେ ଏହି ପୋଷ୍ଟର ଦେଖି ଖୁବ୍ ଖୁସି ଅଛନ୍ତି ଅକ୍ଷୟ କୁମାର । ଅକ୍ଷୟ କୁମାର ଅହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମର ପୋଷ୍ଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଅହାନଙ୍କ ଫିଲ୍ମ ‘ତଡପ’ର ପୋଷ୍ଟର ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ଅହାନ ତୁମ ପାଇଁ ବହୁତ ବଡ ଦିନ। ତୁମ ବାପା ସୁନୀଲ ସେଟ୍ଟୀଙ୍କ ପ୍ରଥମ ଫିଲ୍ମ ‘ବଳବାନ’ର ପୋଷ୍ଟର ମୋତେ ଏବେ ବି ମନେ ଅଛି ଓ ଆଜି ମୁଁ ତୁମର ପ୍ରଥମ ଫିଲ୍ମର ପୋଷ୍ଟର ସେୟାର କରୁଛି । ଫିଲ୍ମର ପୋଷ୍ଟର ସେୟାର କରି ମୁଁ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛି ।
‘ତଡପ’ ୨୦୧୮ରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ RX 100 ର ରିମେକ୍ । RX 100 ବକ୍ସ ଅଫିସରେ ହିଟ ହୋଇଥିଲା । ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ । ତଡପରେ ଅହାନଙ୍କ ସହ ତାରା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମିଳନ ଲୁଥରିୟା ଓ ଫିଲ୍ମର ନିର୍ମାତା ସାଜିଦ ନାଡିୟାଡବାଲା ଅଟନ୍ତି । ଏହା ଏକ ଲଭ ଷ୍ଟୋରୀ ସହିତ ଆକ୍ସନ ଓ ରୋମାନ୍ସରେ ଭରପୁର। । ଫିଲ୍ମ ସେପ୍ଟେମ୍ବର ୨୪ ତାରିଖରେ ସିନେମାହଲରେ ରିଲିଜ ହେବ। ଫିଲ୍ମରେ ଅହାନଙ୍କ ସହିତ ତାରା ସୁତାରିୟା ଫିମେଲ ଲିଡ ରୋଲରେ ଅଛନ୍ତି। ଏହି ଫିଲ୍ମ ପାଇଁ ଅହାନ ବହୁତ ପରିଶ୍ରମ କରିଛନ୍ତି।