ସନ୍ଷ୍ଟାର ଟିଭି ବ୍ୟୁରୋ
image courtesy ANI
ଭୁବନେଶ୍ୱର: ଆଜି ୭୨ତମ ଗଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ଗଣତନ୍ତ୍ର ଦିବସ ପାଳନ ହୋଇଛି। ଏହି ଉତ୍ସବରେ ରାଜ୍ୟପାଳ ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତଳୋନ କରିଛନ୍ତି। ଏହାସହ ସମ୍ମାନନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ପରେଡ୍ର ନେତୃତ୍ୱ ନେଇଛନ୍ତି କେସିଙ୍ଗା ଏସଡିପିଓ ଏସ୍ .ସୁଶ୍ରୀ। ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏବଂ ଗାନ୍ଧିମାର୍ଗରେ ସର୍ବସାଧାରଣଙ୍କ ପାଇଁ କଟକଣା ଜାରି ହୋଇଛି। ସକାଳ ୬ଟା ୩୦ରୁ ୯ଟା ଯାଏଁ ଗାନ୍ଧି ମାର୍ଗକୁ ସର୍ବସାଧାରଣଙ୍କ ପାଇଁ ବାରଣ କରାଯାଇଥିଲା।
image courtesy ANI
ରାଜ୍ୟସ୍ତରୀୟ ପରେଡ୍ରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଭଳି ୧୪ଟି କଣ୍ଟିନ୍ଜେଣ୍ଟ ଭାଗ ନେଇଛନ୍ତି। କୋଭିଡ୍ କଟକଣା ଯୋଗୁଁ ଏଥର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିନାହାଁନ୍ତି । ରାଜ୍ୟସ୍ତରୀୟ ପରେଡ୍ ରେ ୧୪ଟି କଣ୍ଟିନଜେଣ୍ଟ ଅଂଶ ଗ୍ରହଣ କରିଛନ୍ତି।
ଏହି ସମୟରେ ପରେଡ୍ ସ୍ଥଳରେ ପଥଚାରୀ ଓ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରେଡ୍ ବେଳେ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି।