SunstarTV
- ଏଥର ନନା ନା ଶ୍ରୀକାନ୍ତ ଜେନା?
- କିଏ ଜିତିବ ବାଲେଶ୍ବରବାସୀଙ୍କ ବିଶ୍ବାସ?
- ଲେଖା ବିଗାଡିବେ ବି କି ଅଙ୍କ?
ବାଲେଶ୍ୱର ଲୋକସଭା କ୍ଷେତ୍ରରେ ଏଥର ହେବି ଟକ୍କର ଦେଖିବାକୁ ମିଳିବ। କାରଣ ଏଥର ସାମ୍ନା ସାମ୍ନି ହେଉଛନ୍ତି ହାଇପ୍ରୋଫାଇଲ୍ ନେତା । ବିଜେପିରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି କେବଳ ଏତିକି ନୁହେଁ ଏହି ଟିକେଟ ରେସ ରେ ଲେଖାଶ୍ରୀଙ୍କୁ ମଧ୍ୟ ବିଜେଡିରେ ସୁଯୋଗ ଦେଇଛି । ଆଉ ଚଳିତ ଥର ବିଜେଡି ମଧ୍ୟ ଲେଖାଶ୍ରୀଙ୍କ ଉପରେ ଭରସା କରିଛି ।
ନବୀନଙ୍କ ସ୍ବଚ୍ଛ ଭାବମୂର୍ତ୍ତି ନିର୍ବଳ ଶାସନରେ ଅନୁପ୍ରାଣିତ ଲେଖାଶ୍ରୀ ବିଜେପି ଛାଡି ଶଙ୍ଖ ଫୁଙ୍କିଛନ୍ତି । ବାଲେଶ୍ବର ପାଇଁ ଆଶାୟୀ ଥିବା ଲେଖାଶ୍ରୀ ବିଜେପିରୁ ଟିକେଟ ନପାଇବାରୁ ଶେଷ ସମସୟରେ ବିଜେଡିରେ ଯୋଗ ଦେଇଥିଲେ । ଆଉ ଭାଗ୍ୟ ମଧ୍ୟ ବହୁତ ସାଥ ଦେଲା । ଯାହା ପାଇଁ ଦଳ ତାଙ୍କୁ ଟିକେଟ ଦେଇଛି । ଲେଖାଙ୍କ କାର୍ଯ୍ୟକଳାପ କାହାରିକୁ ଅଛପା ନାହିଁ ତାଙ୍କ ପାଇଁ ବାଲେଶ୍ବରବାସୀଙ୍କ ବିଶ୍ବାସ ଜିତିବା ବହୁତ କାଠିକର ପାଠ ହେବ କିନ୍ତୁ ପରିଚିତ ଚେହେରା ଏବଂ ହକ୍ ପାଇଁ ତାଙ୍କର ଯେଉଁ ରଣହୁଙ୍କାର ତାକୁ ଜନତା ମଧ୍ୟ ଦେଖିଛନ୍ତି । ଲେଖାଶ୍ରୀଙ୍କୁ ଏହା ବହୁତ ସହଯୋଗ କରିବ । ଏହା ସହ ନବୀନଙ୍କ ଯୋଜନା ସବୁକୁ ନେଇ ଲେଖାଶ୍ରୀ ଗାଁ ଗାଁ ବୁଲୁଛନ୍ତି ।
ଏଥିରୁ ଯାହା ଲାଗୁଛି ବାଲେଶ୍ୱରରେ ତ୍ରିମୁଖ୍ୟ ଲଢ଼େଇ ହେବ। ଉଭୟ ପ୍ରତାପ ଓ ଶ୍ରୀକାନ୍ତଙ୍କ ଲେଖାଶ୍ରୀଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ । ୨୦୧୯ ନିର୍ବାଚନରେ ପ୍ରତାପ ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିଲେ। ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ଓ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କୁ ପରାଜିତ କରି ପ୍ରତାପ ଲୋକସଭାକୁ ଯାଇଥିଲେ।
ଶ୍ରୀକାନ୍ତ ଜେନା ରାଜ୍ୟ ତଥା ଜାତୀୟ ରାଜନୀତିର ଜଣେ ପରିଚିତ ଚେହେରା। ପୂର୍ବରୁ ସେ ବିଭିନ୍ନ ବିଭାଗର କେନ୍ଦ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି।ପୂର୍ବରୁ ବାଲେଶ୍ୱର ଲୋକସଭା ଆସନରୁ ଦୁଇଥର ନିର୍ବାଚନ ଲଢ଼ିସାରିଛନ୍ତି। ବାଲେଶ୍ୱରର ତାଙ୍କର ନିଜସ୍ୱ ସଂଗଠନ ରହିଥିବା ବେଳେ ଏଥର ସେ ବିଜେଡି ଓ ବିଜେପିକୁ ଚେକ୍ ଦେବା ଲକ୍ଷ୍ୟରେ ରହିଛନ୍ତି।
ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ବିଜେପିରୁ ସେ ବିଜେଡିକୁ ଆସିଛନ୍ତି। ତେଣୁ ଏଠାରେ ସେ ବିଜେପିର କିଛି ଭୋଟ ଏପଟ ସେପଟ କରିବେ ବୋଲି ଆଶା କରାଯାଉଛି । ଏଭଳି ହେଲେ ବିଜେଡି ଏଠାରେ ଭୋଟ ବ୍ୟାଙ୍କ ଭଲ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେଣୁ ଦେଖିବାକୁ ଗଲେ ଏହି ଆସନରେ ଲଢ଼େଇ ଜୋରଦାର ହେବ । କେବଳ ଦେଖିବା ବାକି ରହିଲା ଲେଖାଙ୍କ ବିଜେଡି ଏଣ୍ଟ୍ରି ବିଜେପିର ଖେଳ ବିଗାଡୁଛି ନା ବାସ ଦଳିୟ ଚିହ୍ନ ହିଁ ଭୋଟରଙ୍କ ବିଶ୍ବାସ ଜିତୁଛି।