Sunstar TV
ଭୁବନେଶ୍ୱର : ଆଜି ଅକ୍ଷୟ ତୃତୀୟା, ସୁନା ଦୋକାନରେ ପ୍ରବଳ ଗହଳୀ ସାଙ୍ଗକୁ ଛଅ ମାସର ବେପାର ଦିନକରେ ହେବା କଥା। ହେଲେ ମୋଦିଙ୍କ ପାଇଁ ସୁନା ଦୋକାନୀ ମୁଣ୍ଡରେ ହାତ ଦେଲେଣି। ମାଷ୍ଟର କ୍ୟାଣ୍ଟିନ ରୁ ବାଣୀ ବିହାର.. ମାଳ ମାଳ ସୁନା ଦୋକାନ.. ଅକ୍ଷୟ ତୃତୀୟା ଆସିଲେ ଘରକୁ ସୁନା ବୋହି ନିଅନ୍ତି ଲୋକେ। ହେଲେ ଏଥର ଘଟଣା କିଛି ଅଲଗା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ରୋଡ୍ ସୋ କରିବେ ମୋଦୀ । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ ହେବ ରୋଡ୍ ସୋ । ରାତି ସାଢ଼େ ୯ଟା ଯାଏଁ ଚାଲିବ ମୋଦୀଙ୍କ ରୋଡ୍ ସୋ । ମାଷ୍ଟରକ୍ୟାଣ୍ଟିନ୍ ଠାରୁ ବାଣୀ ବିହାର ଯାଏଁ ରାସ୍ତା ସିଲ୍ ରହିବ ।
ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡ଼ି ଚଳାଚଳ ମନା । ରାଜଭବନରେ ରାତ୍ରୀଯାପନ ପରେ କାଲି ୩ ଜିଲ୍ଲା ଯିବେ ମୋଦୀ । କାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ସମାବେଶରେ ଯୋଗ ଦେବେ । ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ’ ଲାଗି ଟ୍ରାଫିକ୍ କଟକଣା ଲଗାଯାଇଛି । ଗତକାଲିଠୁ ଜନପଥରେ ଟ୍ରାଫିକ୍ କଟକଣା ଜାରି କରିଛି କମିଶନରେଟ୍ ପୋଲିସ୍ । ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡି ରାସ୍ତାକୁ ବି ଛଡାଯିବ ନାହିଁ । ସାଧାରଣ ଲୋକ ରାସ୍ତା ଉପରେ ମୋଦିଙ୍କୁ ଦେଖିବେ ହେଲେ ସୁନା ବେପାରକୁ ଚାହିଁ ବସିଥିବା ସୁନା ଦୋକାନୀଙ୍କ ବେପାର ଘାଟା ହେବାର ସମ୍ଭାବନା ରହିଛି।