ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରିଲ୍ସ କରୁଥିଲେ ହୋଇଯାଆନ୍ତୁ ସାବଧାନ | ଆସିଲା ନୂଆ ଗାଇଡ଼ଲାଇନ | ସୋସିଆଲ ମିଡିଆରେ ରିଲ୍ସ ନାଁରେ ଆଇନି ଉଲ୍ଲଘଂନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ | ବିପଦ ପୂର୍ଣ୍ଣ ସ୍ଥାନରେ ରିଲ୍ସ ନକରିବାକୁ ବାରଣ କରାଯାଇଛି | ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ନିଜକୁ ସୁରକ୍ଷିତ ସ୍ଥାନରେ ରଖି ରିଲ୍ସ ବନାନ୍ତୁ | ସେହିପରି ପାହାଡ଼ , ପାଣି ,ନିଆଁ ଏସବୁ ସ୍ଥାନରେ ରିଲ୍ସ ନବନେଇବାକୁ ଟୁଇଟି କରି ସୂଚନା ଦେଲା ଓଡିଶା ପୋଲିସ | ଓଡିଶା ପୋଲିସ ସୂଚନା ଦେଇଛନ୍ତି ଯେ “ସୋସିଆଲ ମିଡିଆରେ ପ୍ରସିଦ୍ଧ ହେବ ଆଶାରେ କିଛି ଯୁବଗୋଷ୍ଠୀ ବିପଦ ସଂକୁଳ ସ୍ଥାନରେ ରିଲ୍ସ ପ୍ରସ୍ତୁତ କରିବା ଭଳି ଘଟଣା ନଜରକୁ ଆସୁଛି | ଏହାଦ୍ଵାରା ଦୁର୍ଘଟଣା ଘଟିବା ସହିତ ପ୍ରାଣହାନିର ମଧ୍ୟ ସମ୍ଭାବନା ରହିଛି | ଦାୟିତ୍ୟପୂର୍ଣ୍ଣ ନାଗରିକ ଭାବେ ଏଭଳି ଶସ୍ତା ଲୋକପ୍ରିୟତା ପଛରେ ନପଡ଼ି, ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟରୁ ନିଜକୁ ଦୁରେଇ ରଖନ୍ତୁ |”
ସେପଟେ ଅନେକ ସମୟରେ ରିଲ୍ସ ପାଇଁ ଅନେକ ଜୀବନ ଯାଇଛି | ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି |
ରିପୋର୍ଟ: ଦୀପା ପ୍ରଧାନ