ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଲା ରାଜ୍ୟ ଡ୍ରାଇଭର ମହାସଂଘ । ଆଜି ସବୁଠି ଆନ୍ଦୋଳନକୁ ସବୁଠି ବିରୋଧ କରାଯାଉଛି | ରାଜ୍ୟରେ ପରୀକ୍ଷା ଚାଲିଥିବାବେଳେ ଏଭଳି ଆନ୍ଦୋଳନ ଉଚିତ ନୁହେଁ ବୋଲି ବସ୍ ମାଲିକ ଓ ଡ୍ରାଇଭର କହିଛନ୍ତି । ଗାଡ଼ି ଚଳାଚଳ ବନ୍ଦ ହେଲେ ପିଲାମାନଙ୍କ ଭବିଷ୍ୟତ ପ୍ରଭାବିତ ହେବ | ତେଣୁ ଏହି ଆନ୍ଦୋଳନରୁ ନିବୃତ୍ତ ରହିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଛି ଟ୍ରକ ମାଲିକ ମହାସଂଘ |
ସେପଟେ ଅନଲାଇନ କ୍ୟାବ୍ ଓ ଅଟୋ ମହାସଂଘ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରୁନାହାନ୍ତି । ଏହାସହ ଓଡ଼ିଶା ସଡ଼କ ପରିବହନ ଶ୍ରମିକ ମହାସଂଘ ମଧ୍ୟ ଆନ୍ଦୋଳନକୁ ବିରୋଧ କରିଛି । ଯାହାକୁ ଶତାଧିକ ପରିବହନ ସଂଘ, ଅଟୋ, ଟ୍ୟାକ୍ସି, ଟ୍ରକ, ମିନିଟ୍ରକ ଆଦି ଅନେକ ସଂଗଠନ ଗ୍ରହଣ କରୁନାହାନ୍ତି ।
ସେପଟେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଯଦି ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ପୋଲିସକୁ ଅଭିଯୋଗ କରିପାରିବେ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି |
ରିପୋର୍ଟ: ଦୀପା ପ୍ରଧାନ