ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ବିଧାନସଭାରେ ଉଠିଲା ବିଧାୟକ ଓ ପୂର୍ବତ୍ତନ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ | ଦରମା ବୃଦ୍ଧି ପାଇଁ ଦାବି କଲେ ସବୁ ଦଳର ବିଧାୟକ | କଂଗ୍ରେସ ବିଧାୟକ ନେତା ନରସିଂହ ମିଶ୍ର କହିଲେ ବିଧାୟକ ମାନଙ୍କ ଦରମା ବୃଦ୍ଧି କରାଯାଉ | ବହୁ ଅସୁବିଧାରେ ଅଛନ୍ତି ବିଧାୟକ | ଯେତିକି ଦରମା ମିଳୁଛି ତାହା ଚାଲିବା ପାଇଁ କଷ୍ଟକର ହୋଇପଡୁଛି | ଏହାସହ ପୂର୍ବତନ ବିଧାୟକମାନେ ଦରମା କମ୍ ପାଇଁ ବହୁ ଅସୁବିଧାରେ ଅଛନ୍ତି ବୋଲି ବିଧାନସଭାରେ ନରସିଂହ ମିଶ୍ର ଉପସ୍ଥାପନା କରିଥିଲେ | ନରସିଂହଙ୍କ କଥାକୁ ସମର୍ଥନ କରିଥିଲେ ବିଜେଡି ବିଧାୟକ ଅମର ଶତପଥୀ | ଏହାସହ ତାରାପ୍ରସାଦ ବାହିନୀପତି ଏବଂ ମୋହନ ମାଝୀ ମଧ୍ୟ ବିଧାୟକଙ୍କ ଦରମା ବୃଦ୍ଧିକୁ ସମର୍ଥନ କରିଛନ୍ତି |
ରିପୋର୍ଟ: ଦୀପା ପ୍ରଧାନ