ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମଦିନ । ଶିଶୁମାନଙ୍କୁ ପଣ୍ଡିତ ଜବାହରଲାଲ ନେହରୁ ବହୁତ ଶ୍ରଦ୍ଧା କରୁଥିଲେ। ପିଲାମାନଙ୍କୁ ଈଶ୍ବର ବୋଲି ମାନୁଥିଲେ ନେହରୁ। ଶିଶୁମାନଙ୍କ ସହ ନେହେରୁ ସମୟ ଅତିବାହିତ କରିବାକୁ ବେଶୀ ଭଲ ପାଉଥିଲେ । ସବୁବେଳେ ପିଲାମାନଙ୍କର ସଂସ୍କାର ଓ ଉତ୍ତମ ଶିକ୍ଷା ଉପରେ ଧ୍ୟାନ ରଖୁଥିଲେ ନେହେରୁ । ଦେଶର ଆଗାମୀ ପିଢ଼ି ଶିଶୁ ହୋଇଥିବାରୁ ସେମାନଙ୍କ ଶାରିରୀକ ଓ ମାନସିକ ବିକାଶ ନେଇ ସବୁବେଳେ ଧ୍ୟାନ ଦେଇଆସୁଥିଲେ ଜବାହରଲାଲ ନେହରୁ ।
୧୯୬୪ ମସିହା ମେ ୨୭ରେ ନେହରୁଙ୍କ ପରଲୋକ ହୋଇଥିଲା । ସେହି ବର୍ଷଠାରୁ ତାଙ୍କର ଜନ୍ମଦିନକୁ ଶିଶୁଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା । ଯେଉଁଥିପାଇଁ ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁଦିବସ ରୂପେ ପାଳନ କରାଯାଉଛି। ଏଥିସହ ପଣ୍ଡିତ ଜବାହରଲାଲ ନେହରୁଙ୍କୁ ମଧ୍ୟ ନବଭାରତ ନିର୍ମାତା ବୋଲି କୁହାଯାଉଛି । ଜବାହର ଲାଲ ନେହେରୁ ସମସ୍ତଙ୍କ ପ୍ରିୟ ଚାଚା ନେହେରୁ ନାମରେ ବେଶ୍ ପରିଚିତ ଥିଲେ|
ଏହି ଅବସରରେ ଆଜି ଦେଶର ବିଭିନ୍ନ ସ୍କୁଲରେ ଶିଶୁ ଦିବସ ପାଳନ ହେଉଛି । ଶିଶୁଙ୍କ ଅଧିକାର, ଶିକ୍ଷା ଓ ମଙ୍ଗଳ ପାଇଁ ଶିଶୁ ଦିବସ ପାଳନ କରାଯାଏ ।
ରିପୋର୍ଟ: ଦୀପା ପ୍ରଧାନ