ସନଷ୍ଟାର ଟିଭି ବ୍ୟୁରୋ
ପଦ୍ମପୁର: ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ | ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦୀପ ପ୍ରାର୍ଥିପତ୍ର ଦାଖଲ କରିବେ | ଏକ ଶୋଭାଯାତ୍ରା ସହ ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବେ ପ୍ରଦୀପ ଏବଂ ଅପରାହ୍ଣରେ ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ |
ଏହି ନାମାଙ୍କନ ଦାଖଲ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ଉପସ୍ଥିତ ରହିବେ | ସେପଟେ ଧାମନଗରରେ ବିଜୟୀ ହେବା ପରେ ପଦ୍ମପୁରରେ ବି ବିଜୟୀ ହେବ ବୋଲି ଦଳ ଆଶା ବାନ୍ଧି ରହିଛି |
ରିପୋର୍ଟ: ଦୀପା ପ୍ରଧାନ