Sunstar Tv
Shani Nakshatra Parivartan: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବ ଏପ୍ରିଲ ୬ରେ ନକ୍ଷତ୍ର ପରିବର୍ତ୍ତନ କରିଥିଲେ। ଏପ୍ରିଲ୍ ୦୬ରେ, ଅପରାହ୍ନ ୩:୫୫ରେ, ଶନି ଦେବ ପୂର୍ବ ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିଥିଲେ।
ବର୍ତ୍ତମାନ ମେ ୧୨ ତାରିଖ ସକାଳ ୦୮: ୮ ମିନିଟରେ ଭଗବାନ ଶନି ପୂର୍ବ ଭାଦ୍ରପଦ ଅର୍ଥାତ୍ ୨୫ତମ ନକ୍ଷତ୍ରର ଦ୍ୱିତୀୟ ସ୍ଥାନରେ ବସିବେ। ସେ ଅଗଷ୍ଟ ୧୮ ପର୍ଯ୍ୟନ୍ତ ଏଠାରେ ରହିବେ।
ଏହି ରାଶି ଉପରେ ପଡ଼ିବ ଖରାପ ପ୍ରଭାବ….
କର୍କଟ- ଶନି ଦେବ ଙ୍କ ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା କର୍କଟ ରାଶିର ଲୋକଙ୍କ ଜୀବନ ରେ ଅସୁବିଧା ବଢ଼ିପାରେ। ଆପଣଙ୍କ ନିକଟରେ ଅସୁବିଧାର ଅନେକ ସମସ୍ୟା ଦେଖାଯିବ।
ବୈବାହିକ ଜୀବନ ରେ ବାଧାବିଘ୍ନ ଦେଖାଦେବ। ଧନ ସମ୍ବନ୍ଧିତ ସମସ୍ୟା ରହିବ। ଜୀବନ ରେ ପ୍ରତ୍ୟେକ କ୍ଷେତ୍ରରେ ଅସୁବିଧା ଦେଖାଯିବ।
ବିଛା- ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଶନିଙ୍କ ଏହି ଗୋଚର ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇ ପାରେ। ଆପଣଙ୍କ କଠିନ ପରିଶ୍ରମ କଲେ ମଧ୍ୟ ସଫଳତା ମିଳିବ ନାହିଁ।
ଶନିଙ୍କ ଅଶୁଭ ପ୍ରଭାବ କାରଣରୁ ଆପଣଙ୍କର ନିଜ ଲୋକ ଙ୍କ ସହ ସମ୍ପର୍କ ଖରାପ ହେବ। ତେଣୁ ପରିବାର ରେ ଅଶାନ୍ତି ଲାଗି ରହିବ। ଏପରି ସ୍ଥିତିରେ ଜମିଜମା କାର୍ଯ୍ୟ ରେ କୌଣସି ବ୍ୟବସାୟ କରନ୍ତୁ ନାହିଁ।
ଧନୁ- ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ଶନି ଙ୍କ ନକ୍ଷତ୍ର ପରିବର୍ତ୍ତନ ସଙ୍କଟ ଉତ୍ପନ କରିବ। ପ୍ରତ୍ୟେକ କାର୍ଯ୍ୟ କରିବାରେ ଅସୁବିଧା ଦେଖାଯିବ। ଭାଇ-ଭଉଣୀ ଙ୍କ ସମ୍ପର୍କ ରେ ଫାଟ ଆସିବ। ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ନିଜ କାର୍ଯ୍ୟ କ୍ଷେତ୍ରରେ ମଧ୍ୟ ଅସୁବିଧାର ସମୁଖୀନ ହୋଇପାରନ୍ତି।
କୁମ୍ଭ- କୁମ୍ଭ ରାଶିର ବ୍ୟକ୍ତି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କାରଣରୁ ସ୍ୱାସ୍ଥ୍ୟ ସମସ୍ୟାର ସମୁଖୀନ ହୋଇପାରନ୍ତି। ମାନସିକ ଚିନ୍ତା ବୃଦ୍ଧି ପାଇପାରେ। ବ୍ୟବସାୟ ରେ ଓ ଚାକିରୀ କ୍ଷେତ୍ରରେ ଅସୁବିଧାର ସମୁଖୀନ ହୋଇପାରନ୍ତି। କୌଣସି ଆତ୍ମୀୟଙ୍କ ନିକଟରୁ ପ୍ରତାରଣାର ସମୁଖୀନ ହୋଇପାରନ୍ତି।
ମୀନ– ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କରିବା ପରେ ଆପଣ ଅନେକ ଗୁଡିଏ ଅସୁବିଧାର ସମୁଖୀନ କରିବେ। ବ୍ୟବସାୟ ଯାହାବି କରିବେ ସେଥିରେ ହାନି ଲାଭ କରିବେ। କୌଣସି ବିଶେଷ କାର୍ଯ୍ୟ ଏହି ସମୟରେ କରିବା ଉଚିତ୍ ନୁହେଁl ଆପଣଙ୍କ ର ବିଭିନ୍ନ କାର୍ଯ୍ୟରେ ଏକାଗ୍ରତା ଭଙ୍ଗ ହେବ ଓ ଅସୁବିଧା ଦେଖାଦେବ।