SunStarTV
ରବିବାର ସର୍ବଭାରତୀୟ ମେଡ଼ିକାଲ ପ୍ରବେଶିକା ପରୀକ୍ଷା (ନିଟ) ଅନୁଷ୍ଠିତ ହେବ । ରବିବାର ଅପରାହ୍ନ ୨ ଟା ରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଚଳିତ ଥର ଓଡ଼ିଶାରୁ ଦେବେ ୬୬ ହଜାର ୩୪୨ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ରାଜ୍ୟରେ ମୋଟ୍ ୧୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଦେଶର ୫୫୭ସହରରେ୨୪ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଦେଶର ପ୍ରାୟ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷା ପାଇଁ ମୋଟ ୧୪ଟି ପରୀକ୍ଷା କେନ୍ଦ୍ର ଦେଶ ବାହାରେ କରାଯାଇଛି । ୧୩ ଆଞ୍ଚଳିକ ଭାଷାରେ ପରୀକ୍ଷା ଦେବେ ଆଶାୟୀ ।
ପରୀକ୍ଷା ସମୟରେ ଫ୍ଲାଇଙ୍ଗ ସ୍କ୍ବାର୍ଡ କେନ୍ଦ୍ର ପରିଦର୍ଶନ କରିବାର ବ୍ୟବସ୍ଥା କରାଯାଇଥିବା ବେଳେ ଏଆଇ ଟୁଲର ବ୍ୟବହାର କରାଯିବ । ଦିନ ୧୧ଟାରୁ ପରୀକ୍ଷା ହଲରେ ପ୍ରବେଶ ଆରମ୍ଭ ହୋଇ ଅପରାହ୍ନ ୧.୩୦ ଯାଏଁ ଚାଲିବ ।
ମେଡିକାଲ ପାଠ୍ୟକ୍ରମ BAMS, BUMSରେ ନାମଲେଖା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଫଳାଫଳ ଆସିବା ପରେ ମେଡିକାଲ, ଡେଣ୍ଟାଲ, ଆୟୁଷ, ଭେଟେନାରୀ ତଥା ମନୋନୀତ ନର୍ସିଂ କଲେଜରେ ପ୍ରାୟ ୨ ଲକ୍ଷ ୧୦ହଜାର ସିଟରେ ଆଡମିଶନ କରାଯିବ । ଜୁନ ୧୪ ତାରିଖରେ ଫଳାଫଳ ପ୍ରକାଶ ପାଇବ ।