Sunstar Tv
Liver Problem: ଆମ ଶରୀରର ଥିବା ଅଙ୍ଗପ୍ରତ୍ୟଙ୍ଗ ଆମ ସ୍ୱାସ୍ଥ୍ୟ ବିଷୟରେ ଅନେକ ସୂଚନା ଦେଇଥାନ୍ତି । ଆଖି, ଚର୍ମ, ନଖ, ମାଂସପେଶୀରୁ ଡାକ୍ତରମାନେ ଅନେକ ରୋଗର ନିଦାନ କରିପାରିଥା’ନ୍ତି ।
ସାଧାରଣତଃ ନଖରୁ ମଧ୍ୟ ଆମେ ବହୁ ଜିନିଷ ବିଷୟରେ ଜାଣିପାରିବା । ବିଶେଷକରି ଲିଭର, ହାର୍ଟ, ପେଟଜନିତ ସମସ୍ୟା ବିଷୟରେ ମଧ୍ୟ ଜଣାପଡ଼ିଥାଏ ।
ଏଇ ଯେମିତି, ଗୋଡ଼ ଫୁଲିବା ଦ୍ୱାରା ଆମେ କିଡନି୍ ରୋଗ ଜନିତ ସମସ୍ୟା ବୋଲି ଜାଣିପାରୁ ,ସେହିପରି ନଖରୁ ମଧ୍ୟ ଆମେ ରୋଗ ବିଷୟରେ ଜାଣିପାରିବା । ସ୍ୱାସ୍ଥ୍ୟର ସଙ୍କେତ ହେଉଛି ସୁସ୍ଥ ନଖ ।
ନଖ ଆମ ଶରୀରର ଗୋଟିଏ ମହତ୍ୱପୂର୍ଣ୍ଣ ଅଂଶ । କୁହାଯାଏଯେ, ନଖ ସୁସ୍ଥ ରହିବା ଦ୍ୱାରା ଆମ ଶରୀର ମଧ୍ୟ ସୁସ୍ଥ ଏବଂ ଆରୋଗ୍ୟ ରହିଥାଏ । ବିଶେଷଜ୍ଞଙ୍କ ମତରେ ବ୍ୟକ୍ତିର ନଖକୁ ଦେଖି ଲିଭର୍, ହାର୍ଟ ଏବଂ ପଞ୍ଜରା ଜନିତ ରୋଗର ଚିହ୍ନଟ କରାଯାଇପାରିବ।
ନଖରୁ ଜଣାପଡେ ଆପଣଙ୍କ ଲିଭର ଠିକ୍ ଅଛି କି ନାହିଁ
ଲିଭର କ୍ଷତି ଶରୀର ପାଇଁ ଏକ ଗୁରୁତର ଅବସ୍ଥା ସୃଷ୍ଟି କରେ। ଶରୀରର ପ୍ରାୟ ପ୍ରତ୍ୟେକ ଅଙ୍ଗ ଏହା ଦ୍ୱାରା ପ୍ରଭାବିତ ହୋଇଥାଏ ।
ଏହାର କାରଣ ହେଉଛି କେବଳ ଲିଭର ବା ଯକୃତ ସାହାଯ୍ୟରେ ଶରୀରରୁ ବିଷାକ୍ତ ପଦାର୍ଥ ନିର୍ଗତ ହୁଏ । ଏହା ବ୍ୟତୀତ ହଜମ, ଭଲ କୋଲେଷ୍ଟ୍ରଲ ଏବଂ ଲାଲ ରକ୍ତ କଣିକା ଉତ୍ପାଦନରେ ଏହି ଅଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଲିଭର ନିଜକୁ ସୁସ୍ଥ ରଖିବା ପାଇଁ କ୍ଷମତା ରଖିଥାଏ । କିନ୍ତୁ ଯଦି ଆପଣ ଦୀର୍ଘ ସମୟ ଧରି ଏକ ଖରାପ ଜୀବନଶୈଳୀ ବଞ୍ଚୁଛନ୍ତି, ତେବେ ଆପଣଙ୍କର ଯକୃତ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜକୁ ରକ୍ଷା କରିବାରେ ସକ୍ଷମ ନୁହେଁ । ଏଣୁ ଲିଭରର କିଛି ସମସ୍ୟା ରହିଲେ ନଖ ଦ୍ବାରା ଆପଣ ଏହାନେଇ ଜାଣିପାରିବେ।
ରଙ୍ଗରେ ପରିବର୍ତ୍ତନ ହେବା
ଯକୃତ ଜନିତ ସମସ୍ୟା ହେତୁ ନଖର ରଙ୍ଗ ପରିବର୍ତ୍ତନ ହେବାକୁ ଲାଗେ । ଏହା ରଙ୍ଗହୀନ ହୋଇଯାଏ ଏବଂ ହାଲୁକା ହଳଦିଆ ହେବାକୁ ଲାଗେ । ନଖର ରଙ୍ଗ ଅତ୍ୟଧିକ ଧଳା ଦେଖାଯାଉଥାଏ, ତେବେ ଏହା ଲିଭର୍ ଜନିତ ସମସ୍ୟାର ସଙ୍କେତ ଦେଇଥାଏ।
ଗାଢ ରେଖା ଦେଖାଯାଏ
ସୁସ୍ଥ ନଖ ଉପରେ କୌଣସି ଗାଢ ରେଖା ନଥାଏ। କିନ୍ତୁ ଯେତେବେଳେ ଯକୃତର ତ୍ରୁଟି ଦେଖାଯାଏ,ନାଲି-ବାଦାମୀ କିମ୍ବା ହଳଦିଆ ତୀକ୍ଷ୍ଣ ମୋଟା ରେଖା ନଖରେ ଦେଖାଯିବା ଆରମ୍ଭ କରେ।
ନଖରୁ ଅନ୍ୟ ରୋଗ ସମ୍ପର୍କରେ ମଧ୍ୟ ଜାଣି ହୁଏ
ଯଦି ଆପଣଙ୍କ ନଖ ହଳଦିଆ ଦେଖାଯାଉଥାଏ, ତେବେଏହା ଫଙ୍ଗଲ୍ ଇନଫେକ୍ସନର କାରଣ ହୋଇଥାଇପାରେ । ବିଶେଷକରି କିଛି କ୍ଷେତ୍ରରେ ଏହା ଥାଇରୟଡ, ହାର୍ଟ ଜନିତ ରୋଗ ଏବଂ ଡ଼ାଇବେଟିସ୍ ଭଳି ଗମ୍ଭୀର ସମସ୍ୟାର କାରଣ ହୋଇପାରେ ।
ଯଦି ନଖର ରଙ୍ଗ ନୀଳ ପଡ଼ିଯାଉଥାଏ, ତେବେ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ମିଳୁନଥିବା ସୂଚନା ଦେଇଥାଏ । ଶୁଷ୍କ ଏବଂ ଭଙ୍ଗା ନଖ ଖରାପ ପୋଷଣକୁ ବୁଝାଇଥାଏ ।
ଏହାସହ ସେଥିରୁ ଥାଇରୟଡ଼୍ ରୋଗର ମଧ୍ୟ ସୂଚନା ଦେଇଥାଏ । ଯଦି ନଖର ରଙ୍ଗ କଳା ପଡ଼ିଯାଉଥାଏ, ତେବେ ଏହା କ୍ୟାନ୍ସର ଭଳି ଘାତକ ରୋଗର ସଙ୍କେତ ଦେଇଥାଏ ।