SUNSTARTV
Mangal Gochar April 2024:ହିନ୍ଦୁ ଧର୍ମରେ ଅନେକ ଶାସ୍ତ୍ର ପୁରାଣ ରହିଛି । ସେଥିମଧ୍ୟରୁ ଜ୍ୟୋତିଷ ଶାସ୍ତ୍ର ହେଉଛି ଗୁରୁତ୍ୱପୂର୍ଣ୍ଣ । ଏହି ଶାସ୍ତ୍ର ମାଧ୍ୟମରେ ଜ୍ୟୋତିଷ ବିଶାରଦମାନେ ଜଣେ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ଗଣନା କରିବା ସହ ଗ୍ରହ ନକ୍ଷତ୍ରଙ୍କ ଗତିପଥ ବିଷୟରେ ମଧ୍ୟ କହିଥାନ୍ତି । ତେବେ ଶାସ୍ତ୍ରର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ଗତିପଥ ଏବଂ ରାଶି ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କଛି ନା କିଛି ପ୍ରଭାବ ପକାଇଥାଏ ।
ତେବେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ଗ୍ରହଙ୍କ ସେନାପତି ମଙ୍ଗଳ ମଧ୍ୟ ତାଙ୍କ ଗତି ଏବଂ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ସେ ଏପ୍ରିଲ ୨୩ ତାରିଖ ମଙ୍ଗଳବାର ଦିନ କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ । ଫଳରେ ଏହା ସମସ୍ତ ୧୨ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । ଖାସ କରି ୫ ଟି ରାଶି ଉପରେ ଏହି ଗ୍ରହ ପରିବର୍ତ୍ତନ ଅଧିକ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ତେବେ ଆସନ୍ତୁ ଜାଣିବା ସେହି ୫ ରାଶିର ବ୍ୟକ୍ତିମାନଙ୍କ ବିଷୟରେ ।
ମେଷ: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ ମେଷ ରାଶିର ବ୍ୟକ୍ତିମନଙ୍କ ଉପରେ ଅନେକ ଖରାପ ପ୍ରଭାବ ପକାଇବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ଧନ ହାନି ହେବାର ସମ୍ଭାବନା ରହିଛି । ସେହିପରି ମାନସିକ ଅଶାନ୍ତି, ଶତ୍ରୁବୃଦ୍ଧି ଏବଂ ସ୍ୱାସ୍ଥ୍ୟଗତ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ତେବେ ଏହି ରାଶିର ବ୍ୟକ୍ତିମାନେ ନିଜ କଥା ଉପରେ ସଞ୍ଜମତା ରକ୍ଷା କରିବା ଆବଶ୍ୟକ । ନଚେତ ପ୍ରିୟଜନଙ୍କ ସହ ବିବାଦ ବଢିବାର ସମ୍ଭାବନା ରହିଛି ।
କର୍କଟ: ଶାସ୍ତ୍ର ମତରେ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳଗ୍ରହର ରାଶି ପରିବର୍ତ୍ତନ ବାରମ୍ବାର ଦୂରସ୍ଥାନ ଯାତ୍ରା କରାଇବ । ଯାହାକି ଅତ୍ୟନ୍ତ ଥକାପଣ ଦେବା ସହ ଶରୀର ପ୍ରତି ସମସ୍ୟା ସୃଷ୍ଟି କରିବ । ଏହା ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ କଥାରେ ମଧୁରତା ଆଣିବା ଜରୁରୀ ନଚେତ୍ ଏହା ଲୋକଙ୍କ ପାଖରେ ଆପଣଙ୍କୁ ଅପ୍ରିୟ କରାଇବାର ସମ୍ଭାବନା ରହଛି ।
ସିଂହ: ମଙ୍ଗଳ ଗୋଚର ସିଂହ ରାଶିର ବ୍ୟକ୍ତିମାନଙ୍କ ପାଇଁ ଅତ୍ୟନ୍ତ କଠିନ ସମୟ ଆଣିବାର ସମ୍ଭାବନା ରହିଛି । ଏହି ସମୟରେ ଖର୍ଚ୍ଚ ବଢିବା ବଢିବା ସହ ଅଯୋଥା ଯାତ୍ରା ମଧ୍ୟ କରିପାରନ୍ତି । ଏହା ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଆତ୍ମବିଶ୍ୱାସ ହରାଇବା ସହ ଚିନ୍ତା ଏବଂ ଦୁଃଖରେ ସେମାନଙ୍କ ସମୟ ଅତିବାହିତ କରିବାର ସମ୍ଭାବନା ରହିଛି ।
ବିଚ୍ଛା: ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଗ୍ରହ ମୀନ ରାଶିକୁ ପ୍ରବେଶ କରିବା ଦ୍ୱାରା ବିଚ୍ଛା ରାଶିର ବ୍ୟକ୍ତିମାନଙ୍କ ମନରେ ନିରାଶ ଭାବନା ବଢିବାର ସମ୍ଭାବନା ରହିଛି । ଏଥିସହିତ ଚାକୀରି ଏବଂ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏହି ସମୟ ଧର୍ଯ୍ୟସହ ଅତିବାହିତ କରିବାକୁ ପଡିବ । ନଚେତ୍ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି ।
ମୀନ: ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରି ମୀନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଫଳରେ ଏହା ମୀନ ରାଶିର ବ୍ୟକ୍ତିମାନଙ୍କ ଉପରେ ଅଧିକ ପ୍ରଭାବ ପକାଇବ । ଏହା ସହକର୍ମୀଙ୍କ ସହ ବିବାଦ ବଢାଇବା ସହ ଜୀବନସାଥୀ ଏବଂ ବିଜନେସ ପାର୍ଟନର ସହ ସମ୍ପର୍କ ଖରାପ କରିପାରେ । ତେଣୁ ଏହି ସମୟରେ ନିଜ କ୍ରେଧ ପ୍ରତି ନିୟନ୍ତ୍ରଣ ରଖିବା ନିହାତି ଜରୁରୀ । ଖାସ କରି କୌଣସି ମହିଳା ସହ ପାଟିତୁଣ୍ଡ କରନ୍ତୁ ନାହିଁ ।