ସନଷ୍ଟାର ଟିଭି ବ୍ୟୁରୋ
କୋରାପୁଟ: ମ୍ୟାଟ୍ରିକ ପରୀକ୍ଷା ହଲରେ ଚାଲିଗଲା ଜୀବନ | ମାଟ୍ରିକ ପରୀକ୍ଷା ଦେଉଥିଲେ ଛାତ୍ର ଅଚାନକ ମାଡିଆସିଲା ମୃତ୍ୟୁ | ଏଭଳି ଘଟଣା ଘଟିଛି ଦାମନଯୋଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ନାଲକୋ ଟାଉଁନସିପ ଅଞ୍ଚଲରେ | ସୂଚନା ଅନୁଯାୟୀ , ଏହି ଛାତ୍ର ଜଣକ ହେଉଛନ୍ତି କୁନା ପୂଜାରୀ | ମାଥାଲାପୁଟ ସ୍ଥିତ ମାଲୁସାନ୍ତା ସରକାରୀ ଉଚ୍ଚ ବିଦ୍ୟାଲୟର ପାଠ ପଢୁଥିଲେ କୁନା ପୂଜାରୀ | କୁନା ଆଜି ମ୍ୟାଟ୍ରିକ ପରୀକ୍ଷା ଦେବାପାଇଁ ସ୍କୁଲ ଯାଇଥିଲେ | ଏବଂ ପରୀକ୍ଷା ଦେବା ସମୟରେ ହଠାତ ତାଙ୍କର ମୂର୍ଚାରୋଗ ବାହାରିଥିଲା | କୁନା ତଳେ ପଡିଯାଇଥିଲେ | ସଙ୍ଗେ ସଙ୍ଗେ ତାଙ୍କୁ ନାଲକୋ ହସ୍ପିଟାଲକୁ ନିଆଯାଇଥିଲେ | ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ | ସେପଟେ ଗାଁରେ ଖେଳିଯାଇଛି ଶୋକାକୁଳ ପରିବେଶ |
ରିପୋର୍ଟ: ଦୀପା ପ୍ରଧାନ