ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଗ୍ଳୋରୀ ଫେଷ୍ଟ ୨୦୨୩ ପାଇଁ ସଜେଇ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ | ବେଶ ଧୁମଧାମରେ ଉତ୍କଳ ବିଶ୍ୱବିଦ୍ୟାଳୟବିଜୁ ଛାତ୍ର ଜନତା ଦଳ ସଂଗଠନ ପକ୍ଷରୁ ହେବାକୁ ଯାଉଛି ଗ୍ଳୋରୀ ଫେଷ୍ଟ ୨୦୨୩ | ନାଚ ଗୀତର ଆସରରେ ଝୁମିବେ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଅଧ୍ୟାପିକା | ଛାତ୍ର ଛାତ୍ରୀଙ୍କ ସୁନ୍ଦର ନାଚ ଗୀତରେ କମ୍ପିବ ସମଗ୍ର ବିଶ୍ୱବିଦ୍ୟାଳୟ ପରିସର | ଏଥିପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଗତ କିଛି ଦିନ ହେବ ବିଶ୍ୱବିଦ୍ୟାଳୟ ଛାତ୍ର ବିଜେଡି ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା | ଡିବେଟ,କୁଇଜ,ଚିତ୍ରାଙ୍କନ,ରଙ୍ଗୋଲି ଏହାସହ ମିସ ଏବଂ ମିଷ୍ଟର ଉତ୍କଳ ପ୍ରତିଯୋଗିତାରେ ଭାଗନେଇଥିଲେ ଶହ ଶହ ଛାତ୍ରଛାତ୍ରୀ | ଏଥିରେ କୃତି ଛାତ୍ରଛାତ୍ରୀଙ୍କୁ ଆସନ୍ତା କାଲି ମଂଚ ଉପରେ ପୁରସ୍କୃତ କରାଯିବ | ଏହାସହିତ ଏହି ଗ୍ଳୋରୀ ଫେଷ୍ଟରେ ବହୁତ ମାନ୍ୟଗଣ୍ୟ ଅତିଥି ମାନଙ୍କୁ ମଧ୍ୟ ସମ୍ମାନିତ କରାଯିବ |
ରିପୋର୍ଟ: ଦୀପା ପ୍ରଧାନ