ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ନିଯୁକ୍ତି ପାଇଛନ୍ତି ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ | ଏହି ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗ ଦେଇ ନବନିଯୁକ୍ତି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି- ଆୟ ବୃଦ୍ଧି ଦିଗରେ ଲୋକମାନଙ୍କୁ ମତ୍ସ୍ୟ ଚାଷ ସକାଶେ ପ୍ରୋତ୍ସାହନ ଦେବା ଲାଗି ସହକାରୀ ମତ୍ସ୍ୟ ଅଧିକାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବା ଆବଶ୍ୟକ ।
ଦେଶରେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡିଶା ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ନମ୍ବର ଓ୍ବାନ ହେବାକୁ ମିସନ ମୋଡ ଜରିଆରେ କାମ କରିବା ଲାଗି ନୂଆ ଅଫିସରମାନଙ୍କୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । । ଫାଇଭ-ଟି ନୀତି ଉପରେ ଗୁରୁତ୍ବାରୋପ କରି ମୁଖ୍ୟମନ୍ତ୍ରୀ କହିଛନ୍ତି- ଟିମ୍ ଓ୍ବାର୍କ, ଟେକନୋଲୋଜି, ଟ୍ରାନ୍ସପରେନ୍ସି ଓ ଟାଇମକୁ ଅବଲମ୍ବନ କରିବା ଜରିଆରେ ରୂପାନ୍ତରଣ ସମ୍ଭବ ହେବ । ମୁଖ୍ୟମନ୍ତ୍ରୀ ଆଗକୁ କହିଥିଲେ, ଗତ ଦୁଇ ଦଶନ୍ଧିରେ ରାଜ୍ୟ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ୧୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି । ତେଣୁ ମତ୍ସ୍ୟ ଉତ୍ପାଦନରେ ଓଡିଶାକୁ ନଂ ୧ କରାଅ |
ରିପୋର୍ଟ: ଦୀପା ପ୍ରଧାନ