ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ ; ପରଦାକୁ ଆସିବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ । ଏଥିପାଇଁ ଆଉ ଅଳ୍ପ ଦିନରେ ଆରମ୍ଭ ହେବ ସୁଟିଂ । ଏହି ଫିଲ୍ମ ଟିର କାହଣୀ ଖୋଦ ଗାଙ୍ଗୁଲି ଲେଖିଥିବା ବେଳେ, ଲଭ୍ ପ୍ରଦକ୍ସନ ହାଉସ ଏହି ଫିଲ୍ମ ଟିକୁ ନିର୍ମାଣ କରିବ । ସେହିଭଳି ଫିଲ୍ମରେ ସୌରଭଙ୍କ ଚରିତ୍ରରେ କିଏ ଅଭିନୟ କରିବ ତାହା ଏ ଯାଏଁ ସ୍ପଷ୍ଟ ହୋଇନଥିଲେ ବି ଏହି ଚରିତ୍ରରେ ରଣବୀର କପୁର ନଜର ଆସିପାରନ୍ତି ବୋଲି ହେଉଛି ଚର୍ଚ୍ଚା । ଗାଙ୍ଗୁଲି ମଧ୍ୟ ତାଙ୍କ ଚରିତ୍ରରେ ରଣବୀର ଅଭିନୟ କରନ୍ତୁ ବୋଲି ଚାହୁଁଥିବା ପ୍ରକାଶ କରିଛନ୍ତି । ସେପଟେ ରଣବୀର କିନ୍ତୁ ଏବେ ମେ ଝୂଠୀ ତୁ ମକ୍କାର କୁ ନେଇ ଖୁବ ବ୍ୟସ୍ତ ଅଛନ୍ତି, ତେବେ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ୍ କେବେ ପରଦାକୁ ଆସିବ ଏବଂ କିଏ ତାଙ୍କ ଚରିତ୍ର ରେ ନଜର ଆସିବେ ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି, କେବଳ ଅପେକ୍ଷା ଅଫିସିଆଲ୍ ଘୋଷଣା କୁ ।